ବିଧାୟକ ଙ୍କ ଉପସ୍ଥିତି ରେ ପାଳନ ହେଲା ୭୫ତମ ବନ ମହୋତ୍ସବ।

5

ସାରସକଣା ::( ଶାସକ ପ୍ରଶାସକ) ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ଯୋକେଶ୍ୱର୍ ଉଚ୍ଚ ବିଦ୍ୟାଳୟ ଯୋକା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ବନ ମହୋତ୍ସବ। ସାରସକଣା ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଶ୍ରୀ ଭାଦବ ହାଁସଦା ଙ୍କ ଉପସ୍ଥିତିରେ ପାଳନ ହେଲା ୭୫ତମ ବନ ମହୋତ୍ସବ । ମହୋତ୍ସବରେ ସର୍ବ ପ୍ରଥମେ ବିଧାୟକ ଭାଦବ ହାଂସଦା ଙ୍କ ଦ୍ଵାରା ସ୍କୁଲ ପରିସର ମଧ୍ୟରେ ଗଛ ଲଗାଯାଇ ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ଉତ୍ସବରେ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ମାନେ ବିଦ୍ୟାଳୟରୁ ଏକ ବିରାଟ ପଟୁଆରରେ ବାହାରି ଜଙ୍ଗଲ ସୁରକ୍ଷା ଏବଂ ଗଛ ଲଗାଇବା ଗଛ ହିଁ ଆମ ଜିବନ,ଓ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ଯୋକା ଗ୍ରାମ ମଧ୍ୟରେ ପରିକ୍ରମା କରିଥିଲେ । ପରିକ୍ରମା କରିବା ସହିତ ଗ୍ରାମରେ ବସବାସ କରୁଥିବା ପ୍ରତ୍ୟେକ ପରିବାରକୁ ବିଧାୟକଙ୍କ ଦ୍ଵାରା ଗୋଟିଏ ଗୋଟିଏ ଗଛ ପ୍ରଦାନ କରିଥିଲେ । ବିଧାୟକ ଗଛ ଲଗାଇବାକୁ ଦେଇ କହିଥିଲେ କି ,ଏ ଗଛଟି ହେଉଛି ଆପଣଙ୍କ ଛୁଆ ପରି,ଏହାକୁ ଲଗାଇ ଯେମିତି ଆପଣଙ୍କ ଛୁଆ ପିଲାଙ୍କୁ ମଣିଷ କରୁଛନ୍ତି ସେହିପରି ଏହି ଗଛକୁ ଲାଳନ ପାଳନ କରି ବଡ଼ କରନ୍ତୁ । ସେ ଆହୁରି ମଧ୍ୟ କହିଥିଲେ କି ଗଛ ଥିଲେ ଜୀବନ ଅଛି , ଗଛ ବିନା ଆମ୍ଭେ ବଞ୍ଚି ପରିବା ନାହିଁ । ଏହି ଉତ୍ସବରେ ବାଙ୍ଗିରିପୋଷି ବନାଞ୍ଚଳ ,ବାରିପଦା ବନଖଣ୍ଡ ,ବିଶୋଇ ବନାଞ୍ଚଳ , ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ସ୍ଥାନୀୟ ଅଂଚଳର କିଛି ସେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ । ତେବେ ଉତ୍ସବ ମାଧ୍ୟମରେ ପ୍ରତ୍ୟେକ ପରିବାରକୁ ବିଧାୟକ ଦ୍ଵାରା ଗୋଟିଏ ଲେଖାଏଁ ଗଛ ବଣ୍ଟନ କରି ଲଗାଇବାକୁ ଅନୁରୋଧ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି । ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ

Leave A Reply

Your email address will not be published.