ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ଗୁରୁବାର ୪ ତାରିଖ ଜୁଲାଇ ୨୦୨୪ ରେ ସ୍ଥାନୀୟ ଟାଉନ୍ ହଲ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଭଞ୍ଜନଗର ନିର୍ବାଚନମଣ୍ଡଳୀ ଅଧିନ ଭଞ୍ଜନଗର ପଞ୍ଚାୟତ ସମିତି ଓ ଭଞ୍ଜନଗର ସହରାଞ୍ଚଳ ର ଉତ୍ସାହି ଯୁବକ,ମହିଳାଙ୍କ ସମେତ ଯୁବମୋର୍ଚ୍ଚା ର ସଦସ୍ୟ ଶିବିରରେ ଯୋଗଦେଇ ରକ୍ତଦାନ କରିଛନ୍ତି। ଉକ୍ତ ଶିବିର ରୁ ମୋଟ ୧୧୭ ୟୁନିଟ ରକ୍ତ ସଂଗୃହିତ ହୋଇଛି।ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଚିକିତ୍ସାଧିକାରୀ ଡଃ.ସିତାଂଶୁ ଶେଖର ଶତପଥୀ, ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ରକ୍ତଦାତା ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ମୁଜାଗଡ ମଣ୍ଡଳୀ ସଭାପତି ଶିବଶଙ୍କର ପ୍ରଧାନ,ଭଞ୍ଜନଗର ସହରାଞ୍ଚଳ ମଣ୍ଡଳୀ ସଭାପତି ଶିବପ୍ରସାଦ ମହାପାତ୍ର,ଯୁବ ସଂଗଠକ ତଥା ମୁଜାଗଡ ପଞ୍ଚାୟତର ପୁର୍ବତନ ସରପଞ୍ଚ ଶିବଶଙ୍କର ପ୍ରଧାନ,ଧୋବା ଗୌଡ,ସନ୍ତୋଷ ତିଆଡି,ହୃଷିକେଶ ପ୍ରଧାନ, ଘୁମୁସର ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ରବିନ୍ଦ୍ର କୁମାର ଗୌଡଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।