ପ୍ରକୃତି ଓ ପରିବେଶର ସୁରକ୍ଷା ଆଗାମୀ ଦିନର ଜୀବନ ରକ୍ଷା

5

ଓଡ଼ଗାଁ,୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳ ପଥରା ଛକ ନିକଟସ୍ଥ ମମତା ଡ୍ରାଗନ ଫଳବଗୀଚା ପରିସରରେ ପରିବେଶ ପ୍ରେମୀ ସମନ୍ୱୟ ସମିତି ନୟାଗଡ଼ ଆନୁକୂଲ୍ୟରେ ବୁଧବାର ୭୫ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଅବସରପ୍ରାପ୍ତ ବନସଂରକ୍ଷକଙ୍କ ସୁରେଶ ଚନ୍ଦ୍ର ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କୋମଣ୍ଡ ସରପଞ୍ଚ ଦୀପିକା ସେଠୀ, ନୟାଗଡ଼ ଜିଲ୍ଲା ଜଙ୍ଗଲ ସୁରକ୍ଷା ମହାସଂଘ ସଭାପତି ଶରତ ଚନ୍ଦ୍ର ନାୟକ, ପ୍ରକୃତି ବନ୍ଧୁ ଅନାଦି ଚରଣ ମହାନ୍ତି, ସମାଜସେବୀ ଦାମୋଦର ସାହୁଙ୍କ ସହିତ ନୟାଗଡ଼ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୦ରୁ ଉର୍ଦ୍ଧ୍ବ ପରିବେଶ ପ୍ରେମୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବିକାଶର ଦ୍ୱାହି ଦେଇ ଭୁମଣ୍ଡଳରୁ ସବୁଜ ବୃକ୍ଷରାଜି ଦୃତ ଗତିରେ ଧ୍ବଂସାଭିମୁଖୀ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଏହାର ସୁରକ୍ଷା ଓ ସଂରକ୍ଷଣ ଆଗାମୀ ଦିନ ପାଇଁ ଜୀବନ ରକ୍ଷା ବୋଲି ଅଂଶଗ୍ରହଣ କାରି ପରିବେଶ ପ୍ରେମୀ ଓ କର୍ମୀମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ବନଭୁମିପୁଜନ ଓ ଚାରା ରୋପଣ କରାଯାଇଥିଲା । ଏବଂ ପରିବେଶ ସୁରକ୍ଷା କର୍ମୀମାନେ ସାଙ୍ଗଠନିକ ଆଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲାରେ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଚଳିତବର୍ଷ ବହୁ ପରିମାଣରେ ଚାରା ରୋପଣ କରିବା ପାଇଁ ସଙ୍କଳ୍ପ ନେଇଥିଲେ । ଏଥିସହିତ ପରିବେଶ ପ୍ରତି ଖୁବ୍ ପ୍ରଭାବ ସୃଷ୍ଟିକାରୀ ଏକକ ବ୍ୟବହୃତ ପ୍ଳାଟିକ୍ ସାମଗ୍ରୀ ମୁକ୍ତ ନୟାଗଡ଼ ଗଠନ କରିବା ନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । କାର୍ଯ୍ୟକ୍ରମର ଅନ୍ୟତମ ଆୟୋଜକ କୁରାଳ ଅରୋମିରା ଟ୍ରଷ୍ଟ ସଂଯୋଜକ ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକୁରିଟିରୁ ନିତ୍ୟାନନ୍ଦ ପ୍ରଧାନ, ରଞ୍ଜୁଲତା ଖଟେଇ, ବୃକ୍ଷ ଓ ଜୀବର ବନ୍ଧୁରୁ ସଭାପତି ସତ୍ୟବାଦୀ ସ୍ବାଇଁ, କାନପୁର ଗ୍ରିନକ୍ଳବର ବୈକୁଣ୍ଠ ନାଥ ପ୍ରଧାନ, ସୋହମର ସମ୍ପାଦକ କାମାକ୍ଷା ପ୍ରସାଦଙ୍କ ସହିତ ନୟାଗଡ଼ ଜିଲ୍ଲାରେ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ୨୯ ଗୋଟି ଅନୁଷ୍ଠାନରୁ ପ୍ରତିନିଧି ମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Leave A Reply

Your email address will not be published.