ଓଡ଼ଗାଁ ୩।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ଡ.ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରେ ଯୋଗଦେବା ନିମନ୍ତେ ଆଜି କେନ୍ଦ୍ର ସରକାରଙ୍କ ଆଇନ୍ ମନ୍ତ୍ରଣାଳୟ ଦ୍ଵାରା ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଖବର ପ୍ରଚାର ହେବାପରେ କେବଳ ତାଙ୍କର ପୈତୃକ ଗାଁ ପନ୍ତିଖାରୀ ଶାସନ କିମ୍ବା ଓଡ଼ଗାଁ ନୁହେଁ ସମଗ୍ର ନୟାଗଡ଼ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ସେ ନ୍ୟାୟିକ ବ୍ୟବସ୍ଥାର ଉଚ୍ଚ ସୋପାନରେ ପହଞ୍ଚି ଥିବାରୁ ଅଞ୍ଚଳବାସୀ ନିଜକୁ ଗୈାରବ ମଣିବା ସହିତ ଜଷ୍ଟିସ ଷଡ଼ଙ୍ଗୀଙ୍କ ଉତ୍ତରୋତ୍ତର ଉନ୍ନତି ସହିତ ମଙ୍ଗଳ କାମନା କରିଛନ୍ତି। ସୂଚନା ଥାଉକି ଗତ ଡିସେମ୍ବର ୨୦୨୩ ବର୍ଷରେ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଜଷ୍ଟିସ ବି ଆର ଗଭାଇଙ୍କୁ ନେଇ ଗଠିତ କଲେଜିୟମ ୫ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନାମ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିଲେ।ଏହି ୫ ଜଣଙ୍କ ମଧ୍ୟରୁ ଓଡ଼ିଶା ହାଇକୋର୍ଟର ତତ୍କାଳୀନ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗା ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ବୋଲି ସୁପାରିସ ହୋଇଥିଲା।ଇତି ମଧ୍ୟରେ ୬ ମାସ ବିତିଯିବା ପରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.
Prev Post