କବି ସର୍ବଦା ଶବ୍ଦର ଶରଣାଗତ.

5

ଧାମରା ସଂଘ ର ଗ୍ରୀଷ୍ମ କବିତା ଆସର

ରାଉରକେଲା,(ବସନ୍ତ କୁମାର ଜେନା): କବି ସର୍ବଦା ଶବ୍ଦର ଶରଣାଗତ,ଯେଉଁ ଶବ୍ଦକୁ ନେଇ ସେ କବିତାର ଚିତ୍ରକଳ୍ପ ନିର୍ମାଣ କରେ ଓ ଯାହାର ଅନୁଭବ ହିଁ କବିତାକୁ ଜୀବନ୍ତ କରିଥାଏ,ଅନ୍ଯଥା କବିତା ନିଷ୍ପ୍ରାଣ | ଏହା ଥିଲା ଧାମରା ସାହିତ୍ଯ ସଂସଦ ଦ୍ବାରା ଆୟୋଜିତ ଗ୍ରୀଷ୍ମ କବିତା ଆସରରେ କବିମାନଙ୍କର ମତ । ଧାମରା ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବ ସାଂସ୍କୃତିକ ସମ୍ପାଦକ ସୁଶାନ୍ତ ନାୟକ ଙ୍କ ଆବାହକତ୍ଵ ରେ ଆୟୋଜିତ କବିତାର କଥା ଶୀର୍ଷକରେ ସହରର ସୁପରିଚିତ କବି ଡ.ଅଶ୍ବନୀ ରାୟ,ଡ. କ୍ରୁପାସିନ୍ଧୁ ନାୟକ,ତ୍ରିନାଥ ସିଂହ, ମୀନକେତନ ପଶାୟତ ,କାଶୀନାଥ ନନ୍ଦୀ,ଅଙ୍ଗୁରବାଳା ପରିଡା,ମହାଶ୍ବେତା ସାହୁ,ଶର୍ମିଷ୍ଠା କବି ଶତପଥୀ,ବିଜୟଲକ୍ଷ୍ମୀ ପଟ୍ଟନାୟକ ଏବଂ ଡ.ଗୀତାଞ୍ଜଳି ପତ୍ରୀ ଆଦି ୧୦ଜଣ କବି ଆଲୋଚନାରେ ଅଂଶ ଗ୍ରହଣ କରି ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସଂଘର ସହ ସଂପାଦକ ଅକ୍ଷୟ କୁମାର ଦାସ ସ୍ବାଗତ ଅଭିଭାଷଣ ରଖିଥିଲା ବେଳେ ସାଧାରଣ ସଂପାଦକ ଭଗବାନ ରାଉତ ତାଙ୍କର ସଂପାଦକୀୟ ଅଭିଭାଷଣରେ ଧାମରା ସାହିତ୍ଯ ସଂସଦର ଆଭିମୁଖ୍ଯ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସାହିତ୍ଯ ସଂପାଦିକା ନିରୁପମା ପତି ମଞ୍ଚ ପରିଚାଳନା ସହ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ |ଜ୍ଯୋତିର୍ମୟ ଆଚାର୍ଯ୍ଯ ଓ ସାଥି ସ୍ବାଗତ ସଂଗୀତ ଗାନ କରିଥିଲେ । ଏହି ଅବସରରେ ବିଜୟ କୁମାର ସାହୁଙ୍କ ସଭାପତିତ୍ବ , ଗୋୖତମ ଦାସ,ଗୀତାରାଣୀ ବେହେରା ଓ ବସନ୍ତ ବିଶ୍ବକର୍ମାଙ୍କ ସଂଯୋଜନାରେ ଉପେନ୍ଦ୍ର ବସ୍ତିଆ ,ଅଶୋକ ପଟ୍ଟନାୟକ, ତପସ୍ୱିନୀ ପତି, ପଞ୍ଚାନନ ସାହୁ,ବିଜୟଲକ୍ଷ୍ମୀ ପଟ୍ଟନାୟକ, ମୀନକେତନ ପଶାୟତ,ଜ୍ଯୋତିର୍ମୟ ଆଚାର୍ଯ୍ଯ, ଉର୍ବଶୀ ଦାଶ ପ୍ରମୁଖ ୪୨ ଜଣ କବି କବିତା ପାଠ କରିଥିଲେ । ସମସ୍ତ କବିଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ,ସାହିତ୍ଯପ୍ରେମୀ ଓ ସଂଗଠକ ସର୍ବଶ୍ରୀ ଅଭୟ କୁମାର ଦାସ,ଅନିଲ ଦାଶ,ବିକ୍ରମ ଆଚାର୍ଯ୍ଯ, କୁଞ୍ଜବିହାରୀ ରାଉତ,ପ୍ରଶାନ୍ତ ଦାଶ, ରାମକ୍ରୁଷ୍ଣ ତ୍ରିପାଠୀ, ଆଲୋକ ମଲ୍ଲିକ ଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.