ଅବସର କାଳୀନ ସମ୍ବର୍ଦ୍ଧନା ସଭା

6

ରାଉରକେଲା,(ବସନ୍ତ କୁମାର ଜେନା): ଓଏସଏପି ଉଚ୍ଚ ବିଦ୍ୟାଳୟର ରାଜ୍ୟ କୃତି ସମ୍ମାନ ପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକ ଙ୍କୁ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ରାଉରକେଲା ସିଟି ଜୋନ୍ ର ସଭାପତି ଶିଶିର କୁମାର ପାଣି ଙ୍କ ସଭାପତିତ୍ବ ଓ ସମ୍ପାଦକ ପ୍ରଫୁଲ୍ଲ କୁମାର ସ୍ବାଇଁ ଙ୍କ ଆବାହକତ୍ଵ ତଥା ଅରୁଣ କୁମାର ସ୍ବାଇଁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଓ ଓଏସଏପି ର ଦୁର୍ଗପତି ପ୍ରମୋଦ କୁମାର ଜେନା ସ୍ବତନ୍ତ୍ର ଅତିଥି ତଥା ସମ୍ମାନିତ ଅତିଥି ଭାବେ ଗଣଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ବିକାଶ ପ୍ରଧାନ, ସିପାହୀ ହାବିଲଦାର ସଂଘର ସମ୍ପାଦକ ଗିରିଧାରୀ ସାହୁ,ବିଇଓ ସଦାନନ୍ଦ ପ୍ରଧାନ, ବ୍ରଜେନ୍ଦ୍ର ଦାଶ,ବିଭିଷଣ ବାରିକ,ଶରତ ଚନ୍ଦ୍ର ପତି, ପ୍ରକାଶ ଚନ୍ଦ୍ର ମହାନ୍ତି, ଅକ୍ଷୟ ମିଶ୍ର, ଅଶୋକ ମହାପାତ୍ର, ଅକ୍ଷୟ କୁମାର ହୋତା, ଭଦ୍ରକ ର ସମ୍ପାଦକ ପ୍ରଦୀପ କୁମାର ଦାସ,ବିନାୟକ ପରିଡ଼ା, ସୁଶାନ୍ତ ବିଶ୍ବାଳ, ରମାକାନ୍ତ ମହାପାତ୍ର, କୃପାସିନ୍ଧୁ ପତି , ଡାକ୍ତର ଅନୀଲ ଜେନା ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ନାୟକଙ୍କ ଶିକ୍ଷା ପ୍ରତି ପ୍ରତିବଦ୍ଧତା, ଦାୟିତ୍ୱବୋଧ, ସାଂଗଠନିକ ଦକ୍ଷତା, ଆଚରଣ ଓ ଉଚ୍ଚାରଣର ସମନ୍ବୟ ତା ଓ ସମୟାନୁବର୍ତ୍ତିତା ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଶିକ୍ଷକ ହେବାକୁ ହେଲେ ସମାଜସେବୀ ହେବାର ଆବଶ୍ୟକତା ରହିଛି । ସମସ୍ତ କାର୍ଯ୍ୟରେ ଶିକ୍ଷା ହେଉଛି ସଫଳତାର ଚାବିକାଠି। ଶିକ୍ଷାଦାନ ଏକ ମାନସିକ ପ୍ରକ୍ରିୟା। ସେହିପରି ଅବସର ମଧ୍ୟ ଏକ ପ୍ରକ୍ରିୟା। ତେବେ ସାର୍ ଙ୍କ ଶିକ୍ଷକତା ଓ ଶୃଙ୍ଖଳା ପାଇଁ ସେ ଶିକ୍ଷକ ସମାଜର ସଶ୍ରଦ୍ଧ ଉଚ୍ଚାରଣ। ଏହି ଅବସରରେ ପୁରାତନ ଛାତ୍ର ସଂଘ, ସେକ୍ଟର ୨୧ ଜଗନ୍ନାଥ ମନ୍ଦିର କମିଟି ସହ ବିଭିନ୍ନ ଅନୁଷ୍ଠାନ ଓ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ନାୟକ ଏହା ତାଙ୍କ ପାଇଁ ସ୍ମରଣୀୟ ମୂହୁର୍ତ୍ତ ବୋଲି ପ୍ରକାଶ କରିବା ସହ ବିଦ୍ୟାଳୟ,ସ୍କାଉଟ ଆଣ୍ଡ ଗାଇଡ୍ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ କରିଆସିଥିବା ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ନାୟକଙ୍କ ଧର୍ମପତ୍ନୀ ଅନିମା ରାୟ, ପୁତ୍ର, ପୁତ୍ରବଧୂ, ଶଶୁର ଙ୍କ ସମେତ ସଞ୍ଜୀବ ମହାନ୍ତି, କୁଞ୍ଜବିହାରୀ ରାଉତ, ପ୍ରଶାନ୍ତ ବେହେରା,ଶରତ ଚନ୍ଦ୍ର ସାହୁ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave A Reply

Your email address will not be published.