ମାଲକାନଗିରି ର ପୂର୍ବତନ ବିଧାୟକ ଆଦିତ୍ୟ ମାଢିଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ।

5

 ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମଧ୍ୟ କଲେ ଶୋକଵ୍ୟକ୍ତ 

ଭୁବନେଶ୍ଵର: ମାଲକାନଗିରି ର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ି ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଲକାନଗିରି ର ବିକାଶ ରେ ବିଧାୟକ ଭାବେ ଆଦିତ୍ୟ ମାଢ଼ି ଙ୍କ ବଳିଷ୍ଠ ଯୋଗଦାନ ରହିଥିଲା। ଏଥିସହିତ ମାଲକାନଗିରି ଜିଲ୍ଲାରେ ଦଳ କୁ ମଜବୁତ୍ କରିବା ରେ ମଧ୍ୟ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ଜଣେ ଲୋକପ୍ରିୟ ରାଜନେତା ଭାବେ ଜିଲ୍ଲାବାସୀ ଙ୍କ ନିକଟ ରେ ସେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ତାଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହିତ ଶୋକସଂତପ୍ତ ପରିବାର ବର୍ଗ ଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ଶ୍ରୀ ମାଢ଼ୀଙ୍କ ବିୟୋଗରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ କହିଛନ୍ତି ଯେ ଶ୍ରୀ ମାଢୀଙ୍କ ଅକାଳ ବିୟୋଗରେ ମୁଁ ଗଭୀର ମର୍ମାହତ । ମାତ୍ର ୫୦ ବର୍ଷ ବୟସରେ ତାଙ୍କ ବିଦାୟ ଦଳ ତଥା ନିଜ ଅଞ୍ଚଳ ପାଇଁ ଏକ ଅପୁରଣୁୟ କ୍ଷତି । ସେ ନିଜ ଅଞ୍ଚଳରେ ଆଦିବାସୀଙ୍କ କଲ୍ୟାଣ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ସମାଜ ପ୍ରତି ତାଙ୍କର ସମର୍ପଣ ଓ ଅକ୍ଳାନ୍ତ ସେବା ସର୍ବଦା ସ୍ମରଣୀୟ ହୋଇ ରହିବ। ଏଭଳି ଏକ ଦୁଃଖଦ ସମୟରେ ଶ୍ରୀ ସିଂହ ଦେଓ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଏଭଳି କଠିନ ସମୟରେ ତାଙ୍କ ପ୍ରିୟଜନମାନଙ୍କୁ ମହାପ୍ରଭୁ ଧୈର୍ଯ୍ଯ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି |

Leave A Reply

Your email address will not be published.