ନବରଙ୍ଗପୁର ଶାସକ ପ୍ରଶାସକ, ଅଶୋକ ସାହୁ : ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ରକ୍ତ ଶିକୁଳି ରକ୍ତ ହୀନତା ନିରାକରଣ ସଚେତନତା ଅଭିଯାନ 2024 ପାଳିତ ହୋଇଯାଇଛି । ଜୁନ 19 ତାରିଖ ଠାରୁ ଜୁଲାଇ 3 ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦଯାପନୀ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁ ଯୋଗଦେଇ ଆଜିର କନ୍ୟା ଭବିଷ୍ୟତରେ ମାଆ l ତେଣୁ ରକ୍ତ ଶିକୁଳି ରୋଗ ର ଭୟାବହତା ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିକିତ୍ସକ ଡ ନବକିଶୋର ବେହେରା ଯୋଗଦେଇ ରକ୍ତ ଶିକୁଳି ରୋଗର ଲକ୍ଷଣ ଓ ଏହାର ନିରାକରଣ ନିମନ୍ତେ ଛାତ୍ରୀମାନେ କିପରି ନିଜେ ସଚେତନ ହେବା ସହିତ ସମାଜକୁ ସଚେତନ କରାଇବେ ସେ ବିଷୟରେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଅଣ ସଂକ୍ରମକ ରୋଗ ବିଭାଗର ସହକାରୀ ପରିଚାଳକ ଶ୍ରୀ ତରୁଣ କୁମାର ସାହୁ ରକ୍ତ ଶିକୁଳି ରୋଗର ବିଭିନ୍ନ ପରୀକ୍ଷା ଓ ଏହାର ଗୁରୁତ୍ଵ ବିଷୟରେ ଛାତ୍ରୀମାନଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡଃ ସଂଯୁକ୍ତା ପଣ୍ଡା ପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରୀମାନଙ୍କ ମଧ୍ୟରେ ଓପନ୍ କୁଇଜ୍ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସମେତ ବହୁ ସଂଖ୍ୟକ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post