ଜଳସମ୍ପଦ ବିଭାଗ ଜମିରେ ବେଆଇନ ପକ୍କା ଗୃହ ନିର୍ମାଣ !

5

 କିଏ ଓ କାହିଁକି ନିର୍ମାଣ କରୁଛି ସୂଚନା ନାହିଁ ବିଭାଗୀୟ ଯନ୍ତ୍ରୀଙ୍କ ପାଖରେ 

କୁଜଙ୍ଗ ରୁ ସୁଦର୍ଶନ ମଲ୍ଲ : କୁଜଙ୍ଗ ଜଳ ସମ୍ପଦ ବିଭାଗର ତାଳଦଣ୍ଡା ଠାରେ କଟକ ପାରାଦୀପ ରାଜ୍ୟ ରାଜପଥ କଡ଼ରେ ଥିବା ମୂଲ୍ୟ ବାନ ଜାଗା ଏବେ ପ୍ରଭାବଶାଳୀ ବ୍ୟକ୍ତି ଙ୍କ କବଜାରେ।ଏବେ ସେହି ସରକାରୀ ଜମି ଉପରେ ଗଢ଼ି ଉଠିଲାଣି ସ୍ଥାୟୀ ପକ୍କା ଗୃହ। ତେବେ ଏହି ପକ୍କା ଗୃହ କିଏ ଓ କାହିଁକି କେଉଁ ଉଦ୍ଦେଶ୍ୟ ରେ ନିର୍ମାଣ ଜାରୀ ରଖିଛି ବିଭାଗୀୟ ଯନ୍ତ୍ରୀ ଙ୍କ ପାଖରେ ରହୁନି ତଥ୍ୟ।ଅନ୍ୟ ପକ୍ଷରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଦାମୋଦର ରାଉତ ଓ ପୂର୍ବତନ ସାଂସଦ କୁଳମଣି ସାମଲ ୨୦୧୬ ମହିହା ଡିସେମ୍ବର ୯ ତାରିଖରେ ଚାଷୀ ମାନଙ୍କ ପାଇଁ ମହ୍ଳାସାହି ସେବା ସମବାୟ ସମିତିର ନୂତନ କାର୍ଯ୍ୟଳୟ ପାଇଁ ୧୦ ଲକ୍ଷ୍ୟ ବ୍ୟୟ ଅଟକଳରେ ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ। ମାତ୍ର ଉକ୍ତ ଜମି ଜଳସମ୍ପଦ ବିଭାଗ ଅଧୀନରେ ଥିବାରୁ ସମବାୟ ସମିତିର କାର୍ଯ୍ୟଳୟ ର ଗୃହ ପାଇଁ ଅନୁମତି ମିଳି ପାରିନଥିଲା। ଜଣେ ବ୍ୟକ୍ତି ତେବେ ଯଦି ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ପାଇଁ ଜଳସମ୍ପଦ ବିଭାଗ ଅନୁମତି ପ୍ରଦାନ କରିବାକୁ ଅରାଜି ହୋଇଥିଲା। ତେବେ ଏବେ ସେହି ଭିତ୍ତି ପ୍ରସ୍ତର ଜମି ଉପରେ କିଭଳି ଭାବେ ଜବର ଦଖଲ କରାଯାଇ ସ୍ଥାୟୀ ପକ୍କା ଘର ନିର୍ମାଣ ଯାଉଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରୁ ଆଜି ବିଭାଗୀୟ କର୍ତ୍ତୃପକ୍ଷ ଯାଇ ଆଜି ବନ୍ଦ କରିଥିବାର ଜଣାପଡ଼ିଛି । ପ୍ରକାଶ ଯେ, ତାଳଦଣ୍ଡା ବଜାର ନିକଟରେ ଜଳସମ୍ପଦ ବିଭାଗର ଥିବା ପାଖାପାଖି ୧୦ ଏକର ଜାଗା ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ କାଳ କ୍ରମେ ଜବରଦଖଲ ହୋଇ ଚାଲିଛି । ପୂର୍ବରୁ କେତେକ ବ୍ୟକ୍ତି କିଛି ଜାଗା ଜବର ଦଖଲ କରି ରଖିଥିବା ବେଳେ ଆଉ ଜଣେ ବ୍ୟକ୍ତି ଉକ୍ତ ଜାଗାକୁ ଲାଗି ଥିବା ତାଙ୍କ ଜମିରେ ଘର ନିର୍ମାଣ କରିଥିଲେ ବି ଜଳସମ୍ପଦ ବିଭାଗ ଜାଗା କୁ ଜବରଦଖଲ କରିଛି । ଏସବୁ ସତ୍ତ୍ୱେ ଦୁଇମାସ ପୂର୍ବରୁ ଜଣେ ବ୍ୟକ୍ତି ପ୍ରାୟ ୫୦ ଫୁଟ ଲମ୍ବ ଓ ୨୦ ଫୁଟ ଓସାରର ଏକ ପକ୍କା ଘର ନିର୍ମାଣ କରି ଚାଲିଛନ୍ତି । ଉକ୍ତ ଘର ନିର୍ମାଣ ଶେଷ ପର୍ଯ୍ୟାୟ ରେ ପହଞ୍ଚିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ କେମିତି ଜାଣି ପାରିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । କୁଜଙ୍ଗ ସମାଗଳ ଠାରେ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟଳୟ ଥିବା ବେଳେ ସେ କିଭଳି ଭାବରେ ଏକଥା ଜାଣି ପାରିଲେ ନାହିଁ। ଯାହାକୁ ନେଇ ସାଧାରଣରେ ନାନା କଥା ଗୁଞ୍ଜରଣ ହେଉଛି । ଖବର ପାଇ ସହକାରୀ ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର କୁମାର ଜେନା ଓ କନିଷ୍ଠ ଯନ୍ତ୍ରୀ ଅରୁ ପ୍ରସାଦ ମହାରଣା ନିର୍ମାଣାଧୀନ ଜମିରେ ପହଞ୍ଚି ବେଆଇନ ଘର ନିର୍ମାଣକୁ ବନ୍ଦ କରିଥିବା ଖବର ମିଳିଛି ।ମାତ୍ର ବିଭାଗୀୟ ଅଧିକାରୀ ବନ୍ଦ କରିବା ପରେ ବି ସଂପୃକ୍ତ ବ୍ୟକ୍ତି ବେଆଇନ ଘର ନିର୍ମାଣ ବନ୍ଦ ପରିବର୍ତ୍ତେ କାର୍ଯ୍ୟ ଜାରି ରଖିଛି।ଏସଂପର୍କରେ ମହାନଦୀ ଦକ୍ଷିଣ ବିଭାଜନ ନିର୍ବାହୀ ତଥା ଅଧିକ୍ଷଣ ଯନ୍ତ୍ରୀ ରାଜେଶ କୁମାର ମହାନ୍ତି ଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଥିଲେ କୁଜଙ୍ଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ଦୃଷ୍ଟି ଆକ୍ରଷଣ କରିବାକୁ କହି ପ୍ରସଙ୍ଗ କୁ ଏଡାଇ ଯାଇଥିଲେ । ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ଜେନା ଙ୍କୁ ପଚାରିବାରୁ ବେଆଇନ ଗୃହ ନିର୍ମାଣ ବନ୍ଦ ରଖିବାକୁ କୁହାଯାଇଛି। ଘର ନିର୍ମାଣ କରୁଥିବା ବ୍ୟକ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜଳସମ୍ପଦ ବିଭାଗ ଜମି ଜବର ଦଖଲ କରିଥିବା ସମସ୍ତ ଙ୍କୁ ଉଚ୍ଛେଦ କରିବାକୁ ନୋଟିସ୍ କରାଯିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ଜେନା କହିଛନ୍ତି ।ତେବେ ଯେଉଁ ପ୍ରଭାବଶାଳୀ ବ୍ୟକ୍ତି ଉକ୍ତ ବେଆଇନ ପକ୍କା ଗୃହ ନିର୍ମାଣ ଜାରି ରଖିଛି ତୁରନ୍ତ ବିଭାଗ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଭାଗୀୟ ଜମିରେ ଗଢ଼ି ଉଠିଥିବା ବେଆଇନ ଘର କୁ ଉଚ୍ଛେଦ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

Leave A Reply

Your email address will not be published.