-
ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ “ଏକ ପେଡ ମା କେ ନାମ’ ର ଶୁଭାରମ୍ଭ
-
ବ୍ୟାଡମିଣ୍ଟନ୍, ଭଲିବଲ କୋର୍ଟ ଓ ଯୋଗ କେନ୍ଦ୍ର ଉଦ୍ଘାଟିତ
-
ସମାଜସେବୀଙ୍କୁ ଆଗକୁ ଆସି କାର୍ଯ୍ୟ କରିବାକୁ ଦେଲେ ଆହ୍ୱାନ
ଭୁବନେଶ୍ୱର:ଆଜି ଉପମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ଶ୍ରୀମତୀ ପ୍ରଭାତୀ ପରିଡା ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ରାଜ୍ୟ ମହିଳା ଶିଶୁ ପ୍ରତିଷ୍ଠାନ ପରିଦର୍ଶନରେ ଯାଇଥିଲୋ ଏହି ଅବସରରେ ଶ୍ରୀମତୀ ପରିଡା ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଜାମୁ ଓ ଅଁଳା ଚାରା ରୋପଣ କରି ମହିଳା ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ “ଏକ ପେଡ ମା କେ ନାମ’ର ଶୁଭାରମ୍ଭ କରିଛନ୍ତିା
ସେ କହିଛନ୍ତି ଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦୂରଦର୍ଶୀ ଯୋଜନା “ଏକ ପେଡ ମା କେ ନାମ’ ସାରା ଦେଶରେ ଲୋକପ୍ରିୟ ହୋଇଛିା ଆସନ୍ତା ୫୦ ବର୍ଷର ଭବିଷ୍ୟତ ଦୃଷ୍ଟିରେ ରଖି ନିଜ ନିଜ ମା’ଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କରିବାକୁ ଶ୍ରୀମତୀ ପରିଡା ମତପ୍ରକାଶ କରିଛନ୍ତିା ବରଗଛର ଉପକାରିତାକୁ ଆଲୋକପାତ କରି ଶ୍ରୀମତୀ ପରିଡା ସେ୍ୱଚ୍ଛାସେବୀ ସଂଗଠନମାନଙ୍କୁ ଅଧିକରୁ ଅଧିକ ବରଗଛ ଲଗେଇବା ପାଇଁ ପରାମର୍ଶ ଦେଇଛନ୍ତିା
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପ୍ରତିଷ୍ଠାନ ପରିସରରେ ବ୍ୟାଡମିଣ୍ଟନ୍ ଓ ଭଲିବଲ କୋର୍ଟ ତଥା ଯୋଗ କେନ୍ଦ୍ର ଉଦଘାଟନ କରିଛନ୍ତିା ଏପରି ପଦକ୍ଷେପ, ପ୍ରତିଷ୍ଠାନରେ ତାଲିମ ନେଉଥିବା ଆଇସିଡିଏସ କାର୍ଯ୍ୟକର୍ତ୍ତା, ସୁପରଭାଇଜର ତଥା ଅଙ୍ଗନବାଡି କର୍ମୀମାନଙ୍କର ଦକ୍ଷତା ବିକାଶରେ ସାହାଯ୍ୟ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତିା
ପରେ ଉପମୁଖ୍ୟମନ୍ତ୍ରୀ ସେଠାରେ ଆୟୋଜିତ ଅଣସରକାରୀ ସଂଗଠନ ପରାମର୍ଶଦାତା ମଣ୍ଡଳୀ ବୈଠକରେ ଅଧକ୍ଷତା କରି ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ପୁନରୁଦ୍ଧାର ହେବ ବୋଲି ପ୍ରକାଶ କରିଛନ୍ତିା ସେ କହିଛନ୍ତି ଯେ ରାଜ୍ୟର ବିକାଶରେ ସମାଜ କଲ୍ୟାଣ ବୋର୍ଡର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଆସିଛିା ସରକାର ଓ ସେ୍ୱଚ୍ଛାସେବୀ ସଂଗଠନର ସହଭାଗିତାରେ ହିଁ ସମାଜ କଲ୍ୟାଣ ବୋର୍ଡକୁ ସୁଦୃଢ ଭାବରେ ପରିଚାଳିତ କରି ହେବା ବୋର୍ଡର ପୁନରୁଦ୍ଧାର ପାଇଁ ଶ୍ରୀମତୀ ପରିଡା ଅଣସରକାରୀ ସଂଗଠନ ତଥା ସେ୍ୱଚ୍ଛାସେବୀ ସଂଗଠନଗୁଡିକର ପ୍ରସ୍ତାବ ଆହ୍ୱାନ କରିଛନ୍ତିା
ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏହି ମର୍ମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଗଠନ ପ୍ରତିନିଧିମାନଙ୍କ ଠାରୁ ମିଳିଥିବା ମତାମତ ଓ ପ୍ରସ୍ତାବ ଆଲୋଚନା କରିଥିଲୋ ସମାଜ କଲ୍ୟାଣ ବୋର୍ଡର ପୁନରୁଦ୍ଧାର ପ୍ରସଙ୍ଗ ନେଇ ଏକ କମିଟି ଦ୍ୱାରା ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମତୀ ଶର୍ମା କହିଥିଲୋ କାର୍ଯ୍ୟକ୍ରମରେ ଆଇସିଡିଏସ ଓ ସମାଜ କଲ୍ୟାଣ ବୋର୍ଡର ନିର୍ଦ୍ଦେଶକ ଶ୍ରୀମତୀ ମୋନିଶା ବାନାର୍ଜୀ, ବିଭାଗର ବରିଷ୍ଠ ଅଧିକାରୀ ଏବଂ ସ୍ବେଛାସେବୀ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲୋ ଏହି ଅବସରରେ ସମାଜସେବୀ ଶ୍ରୀ ଜଗନ୍ନାଥ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲୋ