ପଦ୍ମପୁର :- ପାଇକମାଳ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ତା-୧୯.୬.୨୦୨୪ ରୁ ଆରମ୍ଭ ହୋଇ ଥିବା “ବିଶ୍ୱ ରକ୍ତ ଶିକୁଳି “ଉପଲକ୍ଷେ ଅନୁଷ୍ଠିତ ସଚେତନତା ଅଭିଯାନ ଆଜି ଉଦ୍ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଭାତ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଯାପନୀ ସଭାରେ ଇଂରାଜୀ ଅଧ୍ୟାପକ ଅଙ୍କିତ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରକ୍ତ ଶିକୁଳି ରୋଗର ସଂପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରାଞ୍ଜଳ ତଥା ସ୍ପଷ୍ଟ ଭାବରେ ବୁଝାଇ ଦେଇଥିଲେ । ଇତିହାସ ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଏହି ଭୟାବହ ରୋଗର ନିରାକରଣ ପାଇଁ କେଉଁ ସାବଧାନତା ଅବଲମ୍ବନ କରିବା ଉଚିତ ସେ ସମ୍ବନ୍ଧରେ ଏକ ଦୀର୍ଘ ଅଭିଭାଷଣ ରଖିଥିଲେ । ଉଦଘାଟନୀ ଦିବସରେ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଅଡିଓ ଭିଜୁଏଲ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଏହି ରୋଗ ସଂପର୍କରେ ସନ୍ଦେଶ ପ୍ରଦାନ କରିଥିଲେ । ସାଂପ୍ରତିକ ସମାଜରେ ଏହି ରୋଗ କିପରି ଭୟଙ୍କର ଭାବରେ ବ୍ୟାପୁଛି ଏବଂ ମଣିଷ ସାବଧାନତା ଅବଲମ୍ବନ କରିବା ଦ୍ୱାରା କିପରି ଏହି ଭଲି ଏକ ବ୍ୟାଧିରୁ ମୁକ୍ତି ପାଇବ ସେଇଥିପାଇଁ ଦୀର୍ଘ ୧୫ ଦିନ ଧରି ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯାଉଥିଲା | ଏହି ଦିବସ ଆରମ୍ଭରୁ ପ୍ରତ୍ୟେକ ଦିନ ଅଧ୍ୟାପକ, ଅଧ୍ୟାପିକା ତଥା ଅତିଥିମାନେ ସଭାରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଚେତନ ରହିବା ସହିତ ଏହି ବାର୍ତ୍ତା ସମାଜରେ ମଧ୍ୟ ଦେବା ପାଇଁ ଉପଦେଶ ଦେଇଥିଲେ । ସଭା ଶେଷରେ ଅଧ୍ୟାପିକା ପୁଷ୍ପମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସଭାକୁ ସଫଳ କରିବା ପାଇଁ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.