ରାଉରକେଲା(ବସନ୍ତ କୁମାର ଜେନା):ପକ୍ଷୀ ଏଣ୍ଟରଟେନମେଣ୍ଟ ପ୍ରାୟୋଜିତ ଟିଆରା ମିସ୍ ଇଣ୍ଡିଆ ଓ ମିସେସ୍ ଇଣ୍ଡିଆ ଏନ୍ଆଇଟି ବିବିଏ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ଡା ଲୋପାମୁଦ୍ରା ସାହୁ ଓ ଡା ଅଖିଳେଶ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ଅନ୍ୟେଷା ପାଟ୍ଟଯୋଶୀ ଟିଆରା ମିସ୍ ଇଣ୍ଡିଆ ୨୦୨୪ ଓ ଡା ସେଫାଳୀ ଟେଟେ ଟିଆରା ମିସେସ୍ ଇଣ୍ଡିଆ ୨୦୨୪ ର ମୁକୁଟ ହାତେଇ ନେଇଥିଲେ। ଏହି କ୍ରମରେ ମିସ୍ ଇଣ୍ଡିଆ ପ୍ରଥମ ରନର୍ସ ଅପ୍ ପଲ୍ଲବୀ ସେଠୀ, ଦ୍ବିତୀୟ ରନର୍ସ ଅପ୍ ବୈଶାଳୀ ମାନ୍ନା, ସେହିପରି ମିସେସ୍ ଇଣ୍ଡିଆ ର ପ୍ରଥମ ରନର୍ସ ଅପ୍ ବବିତା ମହାରଣା ଓ ଦ୍ବିତୀୟ ରନର୍ସ ଅପ୍ ଭାବେ ଅମ୍ରିତା ସୋନୀ ବିଜୟିନୀ ହୋଇ ମୁକୁଟ ଓ ପୁରସ୍କାର ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ସିନେ ସେଲିବ୍ରେଟି ସର୍ବଶ୍ରୀ ପୁପିନ୍ଦର , ହରିହର ଦାଶ, ସ୍ଥିତପ୍ରଜ୍ଞ, ସବ୍ୟସାଚୀ ଶତପଥୀ, ଚଣ୍ଡିଗଡ ରୁ ପଞ୍ଜାବ ଚିମା,ଏମ୍ କେ ଭାଟିଆ,ମିତ୍ ସାନ୍ଧୁ, କୋମଲ ନବଦୀପ କୈାର, ସ୍ବେତା ଜୟସ୍ବାଲ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଦୁବାଇ ରୁ ଅର୍ଚ୍ଚନା ଭଗତ ସେଫର, ମନିନ୍ଦର ଭାଟିଆ,ରିତୁ ସାନନ୍ ପିପଲାନୀ, ପ୍ରିତମ ନାୟକ, ମନଜିତ୍ ସିଂ ଆରୋରା, ଋଚିକା ଅରୋରା,କମଲ ଅଗ୍ରୱାଲ,ପ୍ରେମା ଦାସ, ଅତୁଲ ଅଗ୍ରୱାଲ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି କରିବ ବୋଲି ମତ ରଖିଥିଲେ। ମୁନମୁନ ସିଂ,ଶୁଭଜିତ୍ ପଣ୍ଡା ଓ ତନିଶା ଅଗ୍ରୱାଲ ମଞ୍ଚ ସଂଯୋଜନା କରିଥିଲେ। ଏହି ପ୍ରତିଯୋଗିତା ଅବସରରେ ଫାଇନାଲ ରାଉଣ୍ଡ କୁ ଉନ୍ନିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀଙ୍କୁ ଶ୍ରେଷ୍ଠ ସୁନ୍ଦର ହସ,ଚାର୍ମିଂ ଫେସ୍ ,ବୈ।ଦ୍ଧିକତା ଓ ସୁନ୍ଦର ଶରୀର ପୁରସ୍କାର ଓ ମୁକୁଟ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ମ୍ୟୁଜିକାଲ ବ୍ରାଣ୍ଡ ,ଓଡିଶୀ, ଭାରତ ନାଟ୍ୟମ,କଥକ, ସେମି କ୍ଲାସିକାଲ, ସମ୍ବଲପୁରୀ ନୃତ୍ୟ ସହ ରନୱେ ଫେସନ ସୋ,ପକ୍ଷୀ ଡଟ୍ ସାଲୋନ୍ ବ୍ରାଣ୍ଡ ର ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅମ୍ରିତ ନୀଲମ, ଆଶୁତୋଷ ଜୟସ୍ବାଲ, ସୁବ୍ରତ ରାୟ, ସ୍ବିଟି ଅଗ୍ରୱାଲ, ଇଂ ମୀନାକ୍ଷୀ ସାହୁ,ଆଇନ ପରାମର୍ଶଦାତା ରାଜଶ୍ରୀ ମିଶ୍ର, କଲ୍ୟାଣୀ ଦାସ, ରାକେଶ ପଣ୍ଡା, ବିଭୁତି ଭୁଷଣ ପୁହାଣ, କାମିନୀ ମହନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ସଫଳ ହୋଇପାରି ଥିବାରୁ ମୁଖ୍ୟ ଡାକ୍ତର ସାହୁ ସମସ୍ତଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ।
Sign in
Sign in
Recover your password.
A password will be e-mailed to you.