ଆଦର୍ଶ ଶିକ୍ଷକ ପ୍ରଶାନ୍ତ ସାସମଲ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

5

ବେଲଗୁଣ୍ଠା : (ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାସମଲ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଧାନଶିକ୍ଷୟତ୍ରୀ ମିନତୀ ରାଣୀ ହୋତା ଙ୍କ ଅଧକ୍ଷତା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ରୂପେ ସ୍ଥାନୀୟ ସମିତି ସଭ୍ୟ ବିଭୁପାଦ ଜେନା ଯୋଗଦେଇ ଶ୍ରୀ ସାସମଲ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଅନ୍ୟତମ ଅତିଥି ରୂପେ ସିଆର ସିସ ହରେକୃଷ୍ଣ ଶତପଥୀ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରୁ ଆକାଉଣ୍ଟାଟ ଆଦିତ୍ୟ ପଣ୍ଡା, ଗୋଷ୍ଠୀ ସମ୍ବଳ ଶିକ୍ଷକ ଆଲୋକ କୁମାର ବେହେରା ଅଭିଭାବକ ସଂଘ ଉପସଭାପତି ସନ୍ତୋଷ କୁମାର ଖୁଣ୍ଟିଆ, ସଦସ୍ୟା ମାମିନା ସାହୁ ଯୋଗଦେଇ ଶ୍ରୀ ସାସମଲ ଙ୍କ ବିଦ୍ୟାଳୟ ରେ 24 ବର୍ଷ ସମ୍ପର୍କ ସୃତିଚାରଣ କରିଥିଲେ l ଜଣେ ସରଳ, ଶାନ୍ତ, ଆଦର୍ଶ ଶିକ୍ଷକ ଙ୍କୁ ହରାଇ ଛାତ୍ରଛାତ୍ରୀ, ଅଭିଭାବକ ମଧ୍ୟରେ ଦୁଃଖ ଛାୟା ଖେଳିଯାଇଥିଲା l ପ୍ରଥମେ ଶିକ୍ଷୟତ୍ରୀ ଚି଼ମୟୀ ବିଷୋୟୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ରମେଶ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ l କ୍ରୀଡ଼ାଶିକ୍ଷକ ପ୍ରତାପ ଚନ୍ଦ୍ର ସ୍ୱାଇଁ ସମେତ ବିଦ୍ୟାଳୟ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ଗୌଡ଼, ସୁଦଷ୍ଣl ମିଶ୍ର, ଝରଣାରାଣୀ ପଣ୍ଡା, ସୁନିତା ରଥ, ଲଷ୍ମୀପ୍ରିୟା ଗୌଡ଼ ସହଯୋଗ କରିଥିଲେ l

Leave A Reply

Your email address will not be published.