ନୂତନ ଅପରାଧିକ ଆଇନର ଲାଗୁ ନିମନ୍ତେ ପୁଲିସ ପକ୍ଷରୁ ସଚେତନତା

3

କଲ୍ୟାଣସିଂହପୁର-  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନାରେ ନୂତନ ଅପରାଧିକ ଆଇନର ଲାଗୁ ନିମନ୍ତେ ପୁଲିସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଛି ।ଜିଲା ଆରକ୍ଷୀକ ହରିସ ବିଶି ଙ୍କ ନିର୍ଦ୍ଦେଶ କ୍ରମେ କଲ୍ୟାଣସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା ନେତୃତ୍ୱରେ ବୈଠକରେ ଅନୁଷ୍ଠିତ ହୋଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ମନୀଷା ଦାସ ଯୋଗଦେଇ ଥିବା ବେଳେ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ ,ଅଗ୍ନିଶମ ବିଭାଗ ଅଧିକାରୀ ଜଗଦୀଶ ଖରା ,ଥାନା ଏସ ଆଇ ଶିଵ ପ୍ରସାଦ ସାହୁ ,ଏସ ଆଇ ସଞ୍ଜୟ କୁମାର ମୁର୍ମୁ ପ୍ରମୁଖ ମଞ୍ଚାସିନ ରହିଥିଲେ । “ନୂତନ ଭାରତ ନୂତନ ଆଇନ” । ଭାରତ ସରକାରଙ୍କ ପୁରୁଣା ଆଇନ ସଂଶୋଧନ କରାଯାଇ ଆଜି ଠାରୁ ନୂତନ ଆଇନ ଲାଗୁ କରାଯାଉଛି ।ଆଇପିସି ,ଏଭିଡ଼େନ୍ସ ଆକ୍ଟ,ସିଆରପିସି କୁ ସମ୍ପୂର୍ଣ୍ଣ ବଦଳ କରାଯାଇ ଇଣ୍ଡିଆନ ପେନାଲ କୋଡ଼ ୧୮୬୦ ବଦଳରେ ଭାରତୀୟ ନ୍ୟାୟ ସଂହିତା, କୋଡ଼ ଅଫ ଡିମିନାଲ ପ୍ରୋସିଜିଓର ୧୯୬୩ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଇଣ୍ଡିଆନ ଏଭିଡ଼େନ୍ସ ଆକ୍ଟ ୧୮୭୨ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ଆଜି ଠାରୁ ଲାଗୁ କରାଯାଇଥିବା ନେଇ ସଚେତନତା କରାଯାଇଛି ।ଏଥିରେ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.