ପଦ୍ମପୁର :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ତ୍ରିଦିବସୀୟ କୌଶଲି ପ୍ରଶିକ୍ଷଣ ଶିବିର ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପାଇକମାଳ ଏବଂ ଝାରବନ୍ଧ ବ୍ଲକ ର ୪୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସାଧନା କର୍ମୀ ଲଳିତ କୁମାର ବିଶ୍ବାଳ ଏବଂ ରଶ୍ମିରଞ୍ଜନ ସାହୁ ପ୍ରଶିକ୍ଷଣ ଦେଉଛନ୍ତି l ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଏ ବି ଇ ଓ ରାଧେଶ୍ୟାମ ମେହେର ଯୋଗଦାନକରି ଯୁଗୋପଯୋଗି ହେବା ପାଇଁ ଆହ୍ଵାନ ଦେଇଥିଲେ l ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଶିବିର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ସୁଦାମ ପାଣ୍ଡେ , ଅମିତ୍ କୁମାର ସାହୁ , ରଜତ କୁମାର ସାହୁ, ବବିତା ବେହେରା, ଆନନ୍ଦିନୀ ସେଠ୍,ମଧୁସ୍ମିତା ମେହେର, ନିରୁପମା ସାହୁ ସହଯୋଗ କରିଥିଲେ l ତ୍ରିଲୋଚନ ନାୟକ ଶିବିର ପରିଚାଳନା ଏବଂ ଜ୍ୟୋତିର୍ମୟୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.