ବରଗଡ଼:- ଅମ୍ବାଭୋନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଶ୍ର ଆଦିତ୍ୟ ଗୋଏଲ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ର ସୁଶାନ୍ତ ସିଂ, ବରଗଡ଼ ଉପଜିଲ୍ଲାପାଳ କୁମାର ନାଗଭୂଶଣ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ନୀଳ କୁମାରୀ ନାଏକ ଏବଂ କଳ୍ପନା ପ୍ରଧାନ ଉପସ୍ଥିତ ଥିଲେ ।ସୁଚନାଯୋଗ୍ୟକି ଉକ୍ତ ଶିବିରରେ , ଜଳସେଚନ, ବିଦ୍ୟୁତ୍ ଯୋଗାଣ, ଶିକ୍ଷା, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ଧାନ ବିକ୍ରୀ, ଭତ୍ତା , ରାସ୍ତା ନିର୍ମାଣ ଆଦି ସମାସ୍ୟା ଅଧାରିତ ସମୁଦାୟ ୮୭ ଗୋଟି ଅଭିଯୋଗ ମଧ୍ୟରୁ ୦୧ ଗୋଟି ରେଡକ୍ରସ୍, ୫୪ ଗୋଟି ବ୍ୟକ୍ତିଗତ ଏବଂ ୩୨ ଗୋଟି ସାମୁହିକ ସମସ୍ୟାର ଅଭିଯୋଗ ଶୁଣାଣି କରି ଜିଲ୍ଲାପାଳ ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.