
ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର କାପସି ରୁ ବରଗାଁ ଯିବା ରାସ୍ତା ଅନ୍ଧାରି ବରି ପାଖରେ ଏକ ସଡକ ଦୁର୍ଘଟଣା ଘଟିଛି।ଏହି ଦୁର୍ଘଟଣାରେ ବାପା ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଥିବା ଜଣାପଡିଛି। ମୃତ ବ୍ଯକ୍ତି ଚଚରାଭଟା ଗ୍ରାମର ବାପା ଆତ୍ମାରାମ ତାଣ୍ତି (୬୦) ଓ ପୁଅ ଲିଙ୍ଗରାଜ ତାଣ୍ତି (୨୫) ବୋଲି ଜଣାପଡିଥିବା ବେଳେ ଝିଅ ବେଲମତି ତାଣ୍ତି (୩୦) ଗୁରୁତର ଅଛନ୍ତି। ପ୍ରାପ୍ତ ଖବର ଅନୁସାରେ ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମକୁ କୌଣସି କାରଣ ରୁ ଯାଇ ଫେରୁଥିବା ବେଳେ ସିନାପାଲି ପଟୁ ଏକ କାର ଯାଇ ଧକ୍କା ଦେଇଥିଲା। ଯାହା ଫଳ ରେ ବାପା ଓ ପୁଅର ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଅଛନ୍ତି। ଏହି ଘଟଣା ପରେ ଏମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଯାଇ ଥିବାବେଳେ ସିନାପାଲି ପୋଲିସ ଘଟଣା ସ୍ଥାନ ରେ ପହଞ୍ଚି ତଦନ୍ତ କରିଥିଲେ । ଚାରି ଚକିଆ ଗାଡି ସିନାପାଲି ର ବୋଲି ଜଣାପଡିଛି। ଗୁରୁତର ଝିଅ କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଉତ୍ତମ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।
Sign in
Sign in
Recover your password.
A password will be e-mailed to you.