“ସ୍ୱାସ୍ଥ୍ୟ ହିଁ ସମ୍ପଦ’ ଏଥି ପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ – ସ୍ୱାସ୍ଥ୍ୟମନ୍ତ୍ରୀ

6

ରାଜ୍ୟସ୍ତରୀୟ ସମନ୍ୱିତ ସର୍ବେକ୍ଷଣ ଅଭିଯାନ-୨୦୨୪ ଆରମ୍ଭ

ଭୁବନେଶ୍ୱର,: ରାଜ୍ୟରେ ଆରମ୍ଭ ହୋଇଛି ସମନ୍ୱିତ ସର୍ବେକ୍ଷଣ ଅଭିଯାନା ଏହି କାର୍ଯ୍ୟକ୍ରମକୁ ଗଞ୍ଜାମର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜରୁ ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗା ବ୍ରହ୍ମପୁରସ୍ଥିତ ଡାଇମଣ୍ଡ ଜୁବୁଲି ଟାଉନହଲ ପରିସରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲାା

Imageଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମନ୍ତ୍ରୀ ମହାଲିଙ୍ଗ କହିଲେ ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦା ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତା ସମନ୍ୱିତ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆବାହକତ୍ୱରେ ହେଉଛିା ଏହା ଲୋକଙ୍କୁ ଡାଇରିଆ, ଡେଙ୍ଗୁ, ଟିବି, କୁଷ୍ଠ, ଯକ୍ଷ୍ମା ଭଳି ମାରାତ୍ମକ ରୋଗ ବିଷୟରେ ସଚେତନ କରାଇବା ଏହି ବର୍ଷ ହେପାଟାଇଟିସ୍-ବି ପାଇଁ ପରୀକ୍ଷା କରାଯାଇ ନ ଥିବା ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯାଇଛିା ଏହି ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ମନ୍ତ୍ରୀ ମହାଲିଙ୍ଗ ବକ୍ତବ୍ୟରେ କହିଥିଲୋ
Imageଏହି ଅଭିଯାନ ସମୟରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ତ ପରିବାରକୁ ଆଶାକର୍ମୀମାନେ ପରିଦର୍ଶନ କରି ଓଆରଏସ୍, ଜିଙ୍କର ବ୍ୟବହାର, ଶୌଚାଳୟ ବ୍ୟବହାର କରିବା ଓ ହାତକୁ ସାବୁନରେ ଭଲଭାବେ ଧୋଇବା ଇତ୍ୟାଦି ବିଷୟରେ ସଚେତନ କରାଇବୋ ଜିଙ୍କ, ଓଆରଏସ୍, ଆରଡିଟି ଭଳି ସାମଗ୍ରୀ ମହଜୁଦ ରଖିବା ପାଇଁ ଇଣ୍ଟିଗ୍ରେଟେଡ୍ IEC କର୍ନର ସେଟଅପ୍ କରାଯିବ ଏବଂ ନିୟନ୍ତ୍ରଣ ଷ୍ଟକ୍ ସହିତ ପ୍ରଦର୍ଶିତ ହେବା ଏହି ଅଭିଯାନ ୨୦୧୪ ରୁ ଚାଲିଆସୁଛି ଏବଂ ପ୍ରାୟ ୮,୩୮,୦୦୦ ପରିବାର ଓ ପ୍ରାୟ ୫୦୮୬ ଜଣ ପାଞ୍ଚ ବର୍ଷରୁ କମ ବୟସର ଶିଶୁ ଏହି ଅଭିଯାନରେ ସାମିଲ ହୋଇ ଏହାର ସୁଫଳ ପାଇସାରିଛନ୍ତିା ଡାଇରିଆରେ ଚିହ୍ନଟଙ୍କୁ ଓଆରଏସ ଏବଂ ଜିଙ୍କ ସହିତ ଚିକିତ୍ସିତ କରାଯାଇଥିଲାା
Imageସେହିଭଳି ମ୍ୟାଲେରିଆ ଓ ଡେଙ୍ଗୁ ରୋଗୀ ଚିହ୍ନଟ ନିମନ୍ତେ ପ୍ରାୟ ୨୫,୬୪୦ ଜ୍ୱର ପରୀକ୍ଷା କରାଯାଇଛି, ଟିବି ନିମନ୍ତେ ୨୫୯୧ଟି ଓ ୧୯୯୪ଟି କୁଷ୍ଠଜନିତ ରୋଗୀଙ୍କୁ ଚିହ୍ନଟ କରାଯାଇ ତଦନୁସାରେ ପଦକ୍ଷେପ ନିଆଯାଇଛିା ଏହା ଏକ ବୃହତ ଓ ଏକୀକୃତ ଅଭିଯାନ, ଯାହାର ସମୟ ସମୟରେ ଟିଭି, ସମ୍ବାଦପତ୍ର, ରେଡ଼ିଓ ଓ ଗଣମାଧ୍ୟମ ମାଧ୍ୟମରେ ସଚେତନତା କରାଯାଉଛିା ସମସ୍ତ ଆଶାକର୍ମୀଙ୍କୁ ଏନେଇ ଏକ ରେଫରେନ୍ସ ପୁସ୍ତିକା ପ୍ରଦାନ କରାଯାଇଛିା ଅନ୍ୟତମ ଅତିଥିଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଆମେ ଆଶା କରୁଛୁ ଯେ ଚଳିତ ବର୍ଷ ମଧ୍ୟ ଏହି ଅଭିଯାନ ସଫଳତାର ସହ କାର୍ଯ୍ୟକାରୀ ହେବ ଏବଂ ମିଳିମିଶି ସମସ୍ତେ ଏହାର ଲକ୍ଷ୍ୟ ହାସଲ କରିବାା

 

Leave A Reply

Your email address will not be published.