https://youtu.be/2Hq3eh-AwMo
ଲୋକମାନଙ୍କ ନିକଟରେ ସରକାରୀ ଯୋଜନା ପହଁଚିବା ଉପରେ ଗୁରୁତ୍ୱ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକରେ ବ୍ଲକ କର୍ମଚାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଓ କଟକ ସଦର ବିଧାୟକ ପ୍ରକାଶ କୁମାର ସେଠୀ ଯୋଗଦାନ କରିଥିଲେ l
ପ୍ରଥମେ ଦୁଇ ନବାଗତ ବିଧାୟକ ଙ୍କୁ ବ୍ଲକ କର୍ମଚାରୀମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ପରେ ଦୁଇ ବିଧାୟକ ବ୍ଲକ ଅଧିନରେ ରହିଥିବା ପଞ୍ଚାୟତ ଗୁଡିକରେ କି କି ବିକାଶମୂଳକ କାର୍ଯ୍ୟକ୍ରମ କରାଯିବ ସେ ନେଇ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l
ଏପରିକି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର, 15 ବର୍ଷ ମଧ୍ୟରେ 41 ଗୋଟି ପଞ୍ଚାୟତରେ କେତେ ଢ଼ଳେଇ ରାସ୍ତା ହୋଇଛି ଏବଂ ଆଉ ଯାହା ରହିଛି ତାହାକୁ ଖୁବ ଶ୍ରୀଘ୍ର କରାଯିବା, ରେସନ, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ଆଦି ମୌଳିକ ସୁବିଧା ଲୋକମାନଙ୍କୁ ଯୋଗାଇବା, ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର, ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ର ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଗୁଡ଼ିକର ସଂଯୋଗୀକରଣ ରାସ୍ତାକୁ ଢ଼ଳେଇ କରାଯିବା ପାଇଁ ବ୍ୟବସ୍ତା କରିବା ଆଦି ବିଭିନ୍ନ ଦିଗ ଉପରେ ଗରୁତ୍ୱାରୋପ କରିବା ସହିତ କିଭଳି ଭାବେ ଵିକାଶମୂଳକ କାର୍ଯ୍ୟକୁ ଅଧିକରୁ ଅଧିକ କରାଯାଇପାରିବ ସେ ସମ୍ପର୍କରେ ବିଶେଷ ଭାବେ ସମୀକ୍ଷା କରିଥିଲେ l
ଏହି ସମୀକ୍ଷା ବୈଠକ ରେ ବିଧାୟକଙ୍କ ସହିତ ବ୍ଳକ ବିଡ଼ିଓ ବିରଞ୍ଚି ନାରାୟଣ ବେହେରା, ଏବିଡ଼ିଓ ଅଶୋକ ମହାନ୍ତିଙ୍କ ସମେତ ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।