ଗଣତନ୍ତ୍ରର ହତ୍ୟା, ମାନବାଧିକାର କ୍ଷୁର୍ଣ୍ଣ, ଗଣମାଧ୍ୟମର କଣ୍ଠରୋଧ , ଅକଥନୀୟ ଅତ୍ୟାଚାର ଥିଲା ଜରୁରୀ କାଳୀନ ପରିସ୍ଥିତି

5

ରାଉରକେଲା, (ବସନ୍ତ କୁମାର ଜେନା): ବିଜେପି ଜିଲ୍ଲା କାର୍ଯ୍ୟାଳୟ ବି/୩୩, ସେକ୍ଟର -୩ ,ରାଉରକେଲା ପରିସରରେ କଳା ଦିବସ ପାଳନ କରିବାପାଇଁ ଏକ ଚର୍ଚ୍ଚା ବୈଠକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରୋଚନାରେ ଜରୁରୀ କାଳୀନ ପରିସ୍ଥିତି ଜାରୀ କରାଯାଇଥିଲା ଯାହା ଭାରତର ଗଣତନ୍ତ୍ର ଓ ସମ୍ବିଧାନକୁ ହତ୍ୟା କରାଯାଇ ଥିଲା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟବକ୍ତା ରାଧୁ ମିଶ୍ର ଓ ଜରୁରୀ କାଳୀନ ପରିସ୍ଥିତିରେ ଜେଲରେ ବନ୍ଦୀ ହୋଇଥିବା କିସନ ଗୋଏଲକଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ବିଶିଷ୍ଠ ଶିକ୍ଷାବିତ ତଥା ବ୍ୟଙ୍ଗକବି ରାଧୁ ମିଶ୍ର ମୁଖ୍ୟବକ୍ତା ରୂପେ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୧୯୭୫ ମସିହା ଜୁନ ୨୫ ତାରିଖରେ ନିଜର ପଦବୀକୁ ବଜାୟ ରଖିବା ପାଇଁ ଦେଶରେ ଜରୁରୀ ପରିସ୍ଥିତି ଜାରି କରି ସମ୍ବିଧାନର ଧର୍ଜୀୟା ଉଡ଼ାଇ ଦେଇଥିଲେ । ସେତେବେଳର କଂଗ୍ରେସ ସରକାରର ଏହା ଥିଲା ଚରମ ନିଷ୍ଠୁରତାର ପ୍ରଦର୍ଶନ ଓ ସମ୍ବିଧାନର ହତ୍ୟା । ସେ ସମୟରେ ବିରୋଧୀ ଦଳର ନେତା ମାନଙ୍କୁ ଗିରଫ କରି କାରାଗାରରେ ବନ୍ଦୀ କରାଯାଇ ନାନା ଶାରୀରିକ ଓ ମାନସିକ ନିର୍ଯ୍ୟାତନା କରାଯାଇଥିଲା। ନ୍ୟାୟପାଳିକାର ପକ୍ଷ ଛେଦନ କରାଯାଇଥିବାବେଳେ ପ୍ରେସ ଠାରୁ ସ୍ଵାଧୀନତା କାଢ଼ି ନିଆଯାଇଥିଲା ଓ ଗଣମାଧ୍ୟମର କଣ୍ଠ ରୋଧ କରାଯାଇଥିଲା । ଦେଶରେ ନିର୍ଯ୍ୟାତନା, ଜେଲ , ହତ୍ୟା ଆହୁରି ଅନେକ ଘଟଣା ଘଟିଥିଲା ଯାହାକୁ ଭାଷାରେ ବର୍ଣ୍ଣନା କରି ହେବ ନାହିଁ ବୋଲି ମତ ରଖିଥିଲେ । ଏହି ସମୟରେ ଦେଶବାସୀ ଆତଙ୍କିତ, ଭୟଭୀତ ହୋଇ ରହିଥିଲେ। ୧୯୭୭ ମସିହା ନିର୍ବାଚନରେ ଜନସାଧାରଣ କଂଗ୍ରେସର ପକ୍ଷ ଛେଦନ କରି ଜନତା ଦଳ ହାତରେ ଶାସନ ଭାର ସମର୍ପଣ କରି କଳା ଶାସନର ଅବସାନ ଘଟାଇଥିଲେ । ଶ୍ରୀ ଗୋଏଲ୍ ଜେଲରେ କିଭଳି ନିର୍ଯ୍ୟାତନା କରାଯାଉ ଥିଲା ତାହା ବର୍ଣ୍ଣନା କରିଥିଲେ । ମୁଖ୍ୟଅତିଥି ମାନ୍ୟବର ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ତାଙ୍କ ବକ୍ତବ୍ୟରେ ଜରୁରୀକାଳୀନ ପରିସ୍ଥିତି କିଭଳି ଭୟାନକ ଥିଲା ସେ ବିଷୟରେ ଜନସଚେତନା ଜାଗ୍ରତ କରି କଂଗ୍ରେସର ଅସଲି ମୁଖା ଖୋଲିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ କଳାଦିବସ ପାଳନ ଅବସରରେ ସମ୍ବିଧାନ ହତ୍ୟାକାରୀଙ୍କ ଅସଲି ମୁଖା ଖୋଲି ଦେଇଥିଲେ। ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି କଂଗ୍ରେସ ନେତାମାନେ ସମ୍ବିଧାନ ହତ୍ୟାକରି ସମ୍ବିଧାନ ଧରି ସମ୍ବିଧାନ ବଞ୍ଚାଅ କହିବା ଅତ୍ୟନ୍ତ ହାସ୍ୟାସ୍ୱାଦ ବୋଲି କହିଥିଲେ । ଡା ସାମନ୍ତ କୁମାର ସାହୁ ମଞ୍ଚାସୀନ ଥିବା ବେଳେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁବ୍ରତ ପଟ୍ଟନାୟକ, ମଳୟ ମହାପାତ୍ର, ଶଶାଙ୍କ ଜେନା, ମନୋଜ ମାହେଶ୍ଵରୀ, ରୋସନ ସାହୁ, ଅଶୋକ ଲେଙ୍କା, ଦିଲ୍ଲୀପ ପଟ୍ଟନାୟକ, ମନୋରଞ୍ଜନ ମୁନି, ସରୋଜ ଦାସ, ଅକ୍ଷୟ ଦାଶ, କେଦାର ମହାନ୍ତି, ସନ୍ତୋଷ ବିରାଟ, ଗୌତମ ଡୁଙ୍ଗୁରି , ତାରକାନାଥ ମହାପାତ୍ର, ପ୍ରଭାସିନୀ ଡୁଙ୍ଗୁରୀ, ପ୍ରଭାକର ସାହୁ, ହେମେନ୍ତ ଜେନା, ସୁଦାମ ସାହୁ, ଗୌତମ ବାଡ଼ାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.