ଭବାନୀପାଟଣା (ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଉପାନ୍ତ ଅଞ୍ଚଳରେ ଗମନାଗମନର ସୁବିଧା ପାଇଁ ସରକାର ରାସ୍ତାଗୁଡିକୁ ପ୍ରଶସ୍ତୀକରଣ ଓ ଦୋହରାକରଣ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଛି। ଏ ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗର ଯନ୍ତ୍ରୀ ଲମ୍ବୋଦର ବେହେରାଙ୍କ ଅଧୀନରେ ଥିବା ବିଜେପୁର ଲାଞ୍ଜିଗଡ ରାସ୍ତା ଓ ପୋଲ ନିର୍ମାଣରେ ବ୍ୟାପକ ଅନିୟମିତତା ଓ ଚଞ୍ଚକତା କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି।ସେମାନଙ୍କ ଅଭିଯୋଗ ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକର ବିଜେପୁର ଠାରୁ ଲାଞ୍ଜିଗଡ ପର୍ଯ୍ୟନ୍ତ ନୂତନ ଭାବେ ରାସ୍ତା ଓ ପୋଲ ମାନ ନିର୍ମାଣ ହେଉଥିବାବେଳେ ରାସ୍ତା ନିର୍ମାଣରେ ହେଉଛି ଦୁର୍ନୀତି। ଏଠାରେ ଠିକାଦାର ମନମୁଖୀ କାର୍ଯ୍ୟ କରି ବିଭାଗୀୟ ଗାଇଡ୍ଲାଇନ କିଛି ମାନୁ ନ ଥିବା ଅଭିଯୋଗ ହେଉଛି। ବିଭାଗୀୟ ଯନ୍ତ୍ରୀ ମଧ୍ୟ କାର୍ଯ୍ୟ ତଦାରଖ କରୁ ନ ଥିବାରୁ ଠିକାଦାର ଇଚ୍ଛା ମୁତାବକ ନିମ୍ନମାନର କାମ କରୁଛନ୍ତି। ନିର୍ମାଣ ଆରମ୍ଭରୁ ବ୍ୟୟ ଅଟକଳ ଦର୍ଶାଇ ସୂଚନାଫଳକ ଲଗାଇବା କଥା, ପୋଲ ନିର୍ମାଣ ସ୍ଥାନରେ ବ୍ୟାରିକେଡ଼ ଦେବା କଥା, କାର୍ଯ୍ୟରେ ସୁରକ୍ଷା ନିୟମ ନ ମାନିବା, ଭାଇବ୍ରେଟର ନ ମାରିବା, ସିମେଣ୍ଟର ପରିମାଣ କମ୍ କରିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ବିଜେପୁର -ଲାଞ୍ଜିଗଡ ଏହି ରାଜ୍ୟ ରାଜପଥ ରାସ୍ତାରେ ବିଭିନ୍ନ ସ୍ଥାନରେ ନୂଆ ପୋଲର ଆବଶ୍ୟକ ଥିବା ବେଳେ ପ୍ରତ୍ୟେକ ସ୍ଥାନରେ ନୂଆ ପୋଲ ଲଗେଇବା ବଦଳରେ ପୂର୍ବରୁ ରାସ୍ତାରେ ଲାଗି ଥିବା ସେହି ପୁରୁଣା ହୋମ୍ ପାଇପ୍ ପୋଲକୁ ତରବରିଆ ଭାବେ ମରାମତି କରି କାମ ସାରିଦେବା ଉଦ୍ୟମ କରୁଛନ୍ତି ଠିକାଦାର। ତେବେ ପାଣି ଭଲି କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉ ଥିବା ରାସ୍ତାରେ ନୂଆ ପୋଲ ନଲଗାଇ କାହିଁକି ପୁରୁଣା ପୋଲ ଲଗାଇ କୋଟି କୋଟି ଟଙ୍କା ଆତ୍ମସାତ କରାଯାଉଛି ବୋଲି ଏବେ ଅଞ୍ଚଳରେ ବେସ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ଠାରେ ରାସ୍ତା ଓ ପୋଲ କାମ ଚାଲୁଛି ସେହି ସ୍ଥାନରେ ବ୍ୟାରିକେଡ଼ ଲାଗିବା ଆବଶ୍ୟକ ରହିଥିବା ବେଳେ ସେହି ସ୍ଥାନରେ ବାଏ ପାସ ରାସ୍ତା ହେବା କଥା ଏବେ ଯାଏଁ କୌଣସି ସ୍ଥାନରେ ବ୍ୟାରିକେଡ଼ ଲାଗିନାହିଁ କି ବାଏ ପାସ ରାସ୍ତା ମଧ୍ୟ୍ୟ ହୋଇ ନାହିଁ ସେତିକି ନୁହେଁ ପୁରୁଣା ପିଚୁ ରାସ୍ତାକୁ ନ ଭାଙ୍ଗି ସେହି ପୁରୁଣା ପିଚୁ ଉପରେ ମାଟି ପକେଇ ଭାଇବ୍ରେଟର ଭଲ ଭାବରେ ନ ଦେବାରୁ ଅଳ୍ପ ବର୍ଷା ହେଲେ ରାସ୍ତା କାଦୁଅ ହେଉଛି ଯାହା ଫଳରେ ଲୋକେ ଯାତାୟାତ କରୁଥିବା ବେଳେ ଦୁର୍ଘଟଣାର ଶୀକାର ହେବା ସମ୍ଭାବନା ରହିଛି। ଏହାକୁ ନେଇ ଅଞ୍ଚଳ ବାସି ତୀବ୍ର ବିରୋଧ କରୁଥିଲେ ମଧ୍ୟ ପୂର୍ତ୍ତ ବିଭାଗ କୌଣସି ଅଧିକାରୀ ଅଞ୍ଚଳବାସୀଙ୍କ ଦୁଃଖ ଶୁଣୁ ନାହାନ୍ତି। ଏଠି ପ୍ରଶ୍ନ ଉଠୁଛିଯେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅତି ନିମ୍ନମାନର କାର୍ଯ୍ୟ ହେଉଥିବା ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରୁ ଥିଲେ ମଧ୍ୟ ପୂର୍ତ୍ତ ବିଭାଗ ଏବେ ଯାଏଁ ତଦାରଖ କାହିଁକି କରୁନି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।ତେବେ ଯନ୍ତ୍ରୀ କେବେ ତଦାରଖ କରିବେ ତାହା ଦେଖିବାକୁ ବାକି ରହିଲା
Sign in
Sign in
Recover your password.
A password will be e-mailed to you.