ଜନଗଣଙ୍କ ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କ ତତ୍ପରତା ଜାରି

6

ରାଉରକେଲା,(ବସନ୍ତ କୁମାର ଜେନା): ଆଜି ତା ୨୮/୦୬/୨୪ ରିଖରେ ରାଉରକେଲା ବାସୀଙ୍କ ଆଶୀର୍ବାଦ ପାଇ ଚତୁର୍ଥ ଥର ବିଧାୟକ ହେବାର ଦାଇତ୍ଵ ପାଇଥିବା ସାରଦା ପ୍ରସାଦ ନାୟକ,ନିଜ ନିର୍ବାଚନ କ୍ଷେତ୍ରର ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ, Tpwodl ର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଶ୍ରୀ ସୁଶାନ୍ତ କୁମାର ପଣ୍ଡା ଏବଂ ଏକଜୁକ୍ଟିଭ ଇଞ୍ଜିନିୟର ପାର୍ଥ ଚକ୍ରବର୍ତୀ ଙ୍କ ସହିତ ଆଲୋଚନା କରିଛନ୍ତି । ନୂଆ ବଜାର ସ୍ଥିତ ଲେପର୍ସ କଲୋନୀ,ଗିରିଧାରୀ ବସ୍ତି,ଭବାନୀ ପୁର ବସ୍ତି,ଗୋପବନ୍ଧୁ ପଲ୍ଲି,ଟିମ୍ବର କଲୋନୀ,ମଧୁସୂଦନ ପଲ୍ଲି,ରେଲୱେ କଲୋନୀ ସ୍ଥିତ ହରିଜନ ବସ୍ତି,ରାଜୀବ ବସ୍ତି, ଚର୍ଚ ଫିଲ୍ଡ ବସ୍ତି,ରିମିଝିମ ବସ୍ତି, ବିବେକାନନ୍ଦ ପଲ୍ଲି,ମାଲଗୋଦାମ ଠାରେ ବସବାସ କରୁଥିବା ଜନସାଧାରଣ ମାନଙ୍କର ବିଜୁଳି ସମସ୍ୟା ଯଥା, ଖୁଣ୍ଟ ନଥିବାରୁ ବିପଦ ପୂର୍ଣ ଝୁଳୁଥିବା ବିଜୁଳି ତାର,ହରିଜନ ବସ୍ତିକୁ ନୂତନ ବିଜୁଳି ଲାଇନ ସଂଯୋଗ କରଣ, ରାସ୍ତାରେ କଡରେ ବିଜୁଳି ଜାଳାଇବାପାଇଂ ଖୁଣ୍ଟର ଅବଶ୍ୟକତା,ଅବଶ୍ୟକତା ଥିଲେ ନୂତନ ଟ୍ରାନ୍ସଫର୍ମର ବସାଇବା ଭଳି କାର୍ଯ୍ୟ ଗୁଡିକ ଯଥା ଶୀଘ୍ର କରିବା ପାଇଁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ, ଟାଟା ପାୱାର ଉଚ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । Tpwodl ର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଶ୍ରୀ ସୁଶାନ୍ତ କୁମାର ପଣ୍ଡା ଏବଂ ଏକଜୁକ୍ଟିଭ ଇଞ୍ଜିନିୟର ପାର୍ଥ ଚକ୍ରବର୍ତୀ ସାଧାରଣ ଲୋକଙ୍କ ବିଜୁଳି ସମସ୍ୟା ଶୁଣିଲା ପରେ ଅତ୍ୟନ୍ତ ଗୁରୁତର ସହିତ ଗ୍ରହଣ କରି, ନିର୍ବାଚନର କୋଡ ଓଫକଣ୍ଡକ୍ଟ ଥିବାରୁ ସମସ୍ୟା ସମାଧାନ ହୋଇପାରିନଥିଲା ,ଏବେ ଯଥା ଶୀଘ୍ର ଉକ୍ତ ବିଜୁଳି ସମସ୍ୟା ଗୁଡିକୁ ସମ୍ପୂର୍ଣ କରିବୁ ବୋଲି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଯୁବନେତା ପପୂ ମହାନ୍ତିଙ୍କ ନେତୃତ୍ବରେ ସ୍ଥାନୀୟ ମହିଳା ମାନଙ୍କ ଦ୍ଵାରା ଏକ ଲିଖିତ ଦାବିପତ୍ର ବିଦୂତ ଅଧିକାରୀଙ୍କୁ ଦିଆଯାଇଥିଲା । କ।ର୍ଜ୍ୟକ୍ରମରେ ରାଜେନ୍ଦ୍ର ଯାଦବ,ଏସ କାଲିଦାସ,ସୁବ୍ରତ ମଲ୍ଲିକ,ବିଦୂତ ଲତା ସାମଲ,ଭଗବତୀ ଦିଦି ସମେତ ଅନେକ ମହିଳା ଉପସ୍ଥିତ ଥିଲେ ।

Leave A Reply

Your email address will not be published.