ସାମ୍ବାଦିକ ଚିନ୍ମୟୀ ସାହୁ ଓ ତାଙ୍କର କ୍ୟାମେରା ମ୍ୟାନ୍ ଙ୍କୁ କୁକୁର ପଠାଇ ଆକ୍ରମଣ କରିବା ପ୍ରତିବାଦରେ ଖଲିକୋଟ ପ୍ରେସ୍ କ୍ଳବର ସ୍ମାରକ ପତ୍ର ।

5

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା):  ଗତ ଚାରିଦିନ ତଳେ ଭୁବନେଶ୍ଵର ର ସ୍ଥିତ କାର୍ଯ୍ୟରତମହିଳା ସାମ୍ବାଦିକା ଚିନ୍ମୟ ସାହୁ ଓ ତାଙ୍କର କ୍ୟାମେରା ମ୍ୟାନ୍ ଙ୍କୁ ଭୂଵନେଶ୍ଵର ସ୍ଥିତ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ତାଙ୍କର ବାସ ଭବନରେ କୁକୁର ପଠାଇ ଆକ୍ରମଣ କରିବା ଓ ମହିଳାଙ୍କ ସାମ୍ବାଦିକ ଙ୍କୁ ଅସଦାଚରଣ ପ୍ରଦର୍ଶନ କରିଵା ତା ସଙ୍ଗେ ସଙ୍ଗେ କ୍ୟାମେରା ମ୍ୟାନ୍ ଙ୍କୁ ମାଡ ମାରିଥିବା ଭଳି ଜଘନ୍ୟ ଅପରାଧ କରି ଥିବା ଜଣାପଡ଼ିଛି। ତେଣୁ ଏହାର ପ୍ରତିବାଦରେ ଶ୍ରୀ ଦାସଙ୍କ ଏତାଦୃଶ କାର୍ଯ୍ୟ କଳାପ ପାଇଁ ଦୋଷୀ କୁ ଦଣ୍ଡ ଦିଆଯିବା ସହିତ ରାଜ୍ୟରେ ଖୁବ୍ ଶୀଘ୍ର ସାମ୍ବାଦିକ ସୁ୍ରକ୍ଷା ଆଇନ୍ ପ୍ରଣୟନ କରାଯାଉ |
ଯେହେତୁ ସାମ୍ବାଦିକମାନେ ହେଉଛନ୍ତି ସରକାରଙ୍କ ଚତୁର୍ଥ ସ୍ତମ୍ବ ବୋଲି ସମସ୍ତେଜାଣନ୍ତି। ଖଲ୍ଲିକୋଟ ରୁ ପ୍ରେସ୍ କ୍ଳବ୍ ର ସ୍ମାରକ ପତ୍ର ରେ ବରିଷ୍ଠ ସାମ୍ବାଦିକଙ୍କ ପାଇଁ ପେନସନ ସୁବିଧା କରାଯାଉ ବୋଲି ଦର୍ଶାଇ ଛନ୍ତି। ଆଜି ଦିବା ୧ ଘଟିକା ସମୟରେ ଖଲିକୋଟ ତହସିଲ ଦାର ଙ୍କ କାର୍ଯ୍ୟାଳୟ ରେ ତହସିଲ ଦାର ଙ୍କୁଖଲ୍ଲିକୋଟ ଗଣମାଧ୍ୟମ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.