ଜିଲ୍ଲା ବିଜେପି ପକ୍ଷରୁ କଳା ଦିବସ ପାଳିତ

5

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।(ଶାସକ ପ୍ରଶାସକ ): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କଳା ଦିବସ ପାଳିତ ହୋଇଯାଇଛି। ଆଜିର ଦିନକୁ ମନେ ପକାଇ ବର୍ଷି ଥିଲେ ବିଜେପି ନେତା ମାନେ ।
୧୯୭୫ ମସିହା ଜୁନ ୨୫ ତାରିଖରେ ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିଥିଲେ । ସମସ୍ତ ବିରୋଧୀ ସହ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଜେଲ୍ ରେ ପୁରାଇ ଥିଲେ, ଯାହାକି ଗଣତନ୍ତ୍ର କୁ ହତ୍ୟା କରାଯାଇଥିଲା। ସେହି ଦିନଠାରୁ ବିରୋଧ କରି ବିଜେପି ଜୁନ ୨୫ତାରିଖ କୁ ଦେଶ ସାରା କଳା ଦିବସ ଭାବେ ପାଳନ କରି ଆସୁଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲା ପଶ୍ଚିମାଞ୍ଚଳ ସଭାପତି କୃପାସିନ୍ଧୁ ମହାନ୍ତ , ସାରସକଣା ବିଧାୟକ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ ଜନେଲ୍ ନାଏକ ଓ କରଞ୍ଜିଆ ବିଧାୟକ ସମେତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଜେପି ନେତୃମଣ୍ଡଳୀ ଉପସ୍ଥିତ ହୋଇଥିଲେ। ଉପସ୍ଥିତ ନେତମାନେ କଂଗ୍ରେସ ସରକାର ଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ଗଣତନ୍ତ୍ର ରାଷ୍ଟ୍ର ରେ ସମସ୍ତଙ୍କୁ ସମ୍ମାନର ସହିତ ବଞ୍ଚିଵାର ଅଧିକାର ରହିଛି ଏବଂ ଦେଶରେ ବିରୋଧିଙ୍କ ମଧ୍ୟ ସମାନ ଅଧିକାର ରହିଛି ବୋଲି କହିଥିଲେ । ଏଥି ସହିତ ଗଣମାଧ୍ୟମର ଭୁମିକା ମଧ୍ୟ କିଛି କମ୍ ନୁହଁ, ଗଣମାଧ୍ୟମ ସମାଜକୁ ବିଭିନ୍ନ ଦିଗରେ ଦିଗଦର୍ଶନ ଦେବାର ଯଥେଷ୍ଟ ଭୁମିକା ରହିଛି ବୋଲି ନେତା ମାନେ ଦୃଢେ଼ାକ୍ତି ପ୍ରକାଶ କରିଥିଲେ। 

Leave A Reply

Your email address will not be published.