ଯାଜପୁର ପାଣିକୋଇଲି ମା ତାରିଣୀ ମନ୍ଦିର ଠାରେ “ଚାଷୀ ମୁଲିଆ ଶ୍ରମିକ ସଂଗଠନର” ସମାବେଶ

17


କୋରେଇ : ତା 06/11/26 ରିଖ ଗୁରୁବାର ଦିବା 10 ଘଟିକା ସମୟରେ ରାଷ୍ଟ୍ରୀୟ ମସଦୁର କଂଗ୍ରେସ ଆନୁକୂଲ୍ୟରେ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀମୁଲିଆ ସଂଘ ର ଯାଜପୁର ଜିଲ୍ଲାସ୍ତରୀୟ ସମ୍ମିଳନୀ ପାଣିକୋଇଲି ସ୍ଥିତ ମା ତା ରି ଣୀ ପୀଠରେ ଅନୁଷ୍ଠିତ ହୋଇଥିଲା l ରାଷ୍ଟ୍ରୀୟ ମସଦୁର କଂଗ୍ରେସର ସର୍ବଭାରତୀୟ ଶ୍ରମିକ ନେତା ଡ଼. ରାମଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ ଶ୍ରମିକ ଓ କୃଷକ ମାନଙ୍କ ସମସ୍ୟାବିଷୟରେ ଆଲୋଚନାକରି ଆନ୍ଦୋଳନ ମାଧ୍ୟ୍ୟମରେ ସମାଧାନ କରିବେବୋଲି ଆଜିର ସଭାରେ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଥିଲେ l
ଆଜିର ବୈଠକକୁ ଜିଲ୍ଲା ଆଇ ଏନ ଟି ୟୁ ସି ର ସଭାପତି ନିରଞ୍ଜନ ପରିଡା ପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଶ୍ରମିକ ନେତା କିଶୋର ଜେନା,ମଦନ ମୋହନ ଧଳ,ସୁକୁମାର ଦେଓ,କୋରେଇ ବ୍ଲକ କଂଗ୍ରେସ ସଭାପତି ହରେକୃଷ୍ଣ ସାହୁ,ଶ୍ରମିକ ନେତା ରଘୁନାଥ ମାଝୀ,ମଧୁସୂଦନ ସାହୁ, ଘନାଶ୍ୟାମ ପଣ୍ଡା, ତପନ ନାୟକ,ନାରାୟଣ ନାୟକ, ପରମାନନ୍ଦ ସେଠୀ, ଦିଲୀପ ନାୟକ, ଜଗବନ୍ଧୁ ନାୟକ,ପଦ୍ମନାଭ ସ୍ୱାଇଁ, ପଦ୍ମନାଭ ନାୟକ, ମହେନ୍ଦ୍ର କୁମାର ମହାପାତ୍ର,ନିରଂଜନ ନାୟକ, ଦୟାନିଧି ସେନାପତି,ନିହାର ପହି, ସନ୍ତୋଷ କୁମାର ନନ୍ଦ,ପରୀକ୍ଷିତ ମଲିକ, ରାକେଶ ସାହୁ,କଳ୍ପତରୁ ଧଳ,ନୀଳମଣି ମଳିକ,ପ୍ରଫୁଲ୍ଲ ଦାସ, କୁନି ଦେଇ,ପ୍ରଦୀପ ସ୍ୱାଇଁ, ରାଜକିଶୋର ଦାସ, ଅରୂପାନନ୍ଦ ମଲ୍ଲିକ,ନିର୍ମଳ ମଳିକ, କୁଳମଣି ସାମଲ,ବିଷ୍ଣୁ ଚରଣ ଧଳ, ଭାନୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l
ଶେଷରେ ଅଗ୍ରଣୀ ଚାଷୀମାନଙ୍କୁ ପୁଷ୍ପଗୁଛ ଓ ଉପଢ଼ୋକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ସର୍ବଶେଷରେ ଚାଷୀ ମୁଲିଆ ସଂଘର ଜିଲ୍ଲା ସଭାପତି ଦୀନବନ୍ଧୁ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.