ଏକ ଦିବସିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

15


କିଲିପଦର କୁ ହରାଇ ଭେଟନାର ଇଲେଭେନ ବିଜେତା ।

କୁଚିଣ୍ଡା :(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ଖେଳପଡ଼ିଆ ରେ ଏକ ଦିବସିୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜିତ ହୋଇଯାଇଛି l ଏହି ପ୍ରତିଯୋଗିତା ଟି ବକ୍ସମା ଗ୍ରାମର କମଳ ମେହେର ଙ୍କ ସଭାପତିତ୍ୱରେ ଏବଂ ଅଭିନାଶ ବାଘ ଙ୍କ ମିଳିତି ଉଦ୍ୟମରେ ନିକଟସ୍ଥ ୮ ଗୋଟି ଟିମ କୁ ନେଇ ଖେଳ ଆୟୋଜନ ହୋଇଥିଲା l ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସରସ୍ବତୀ ଠାକୁର, ସମିତି ସଭ୍ୟ ରଶ୍ମି କୁସୁମ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଶ୍ନ ସାମଲ, କେନ୍ଦ୍ରୀୟ ବିଦ୍ୟାଳୟର ପି ଇ ଟି ସୁଜିତ ସାମଲ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉସ୍ୱାହିତ କରିଥିଲେ l ଏହି ଖେଳ ରେ ୮ ଟି ଟିମ ର ଖେଳ ପ୍ରଦର୍ଶନ ହୋଇଥିବାବେଳେ ପ୍ରଥମ ମେଚରେ ବକ୍ସମା ଓ ଝାରମୁଣ୍ଡା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇ ୧-୧ ହୋଇଥିବା ବେଳେ ପ୍ଲାଣ୍ଟିକ ମାଧ୍ୟମରେ ବକ୍ସମା ଦଳ ବିଜେତା ହୋଇଥିଲା l ସେହିପରି ଫାଇନାଲରେ କିଲିପଦର ଓ ଭେଟନାର ଇଲେଭେନ ଙ୍କ ମଧ୍ୟରେ ଖେଳ ଆରମ୍ବ ହୋଇ ପ୍ଲାଣ୍ଟିକ ରେ କିଲିପଦର କୁ ହରାଇ ଭେଟନାର ଇଲେଭେନ ବିଜେତା ହୋଇଥିଲା l ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଜେତା ଦଳଙ୍କୁ ୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପବିଜେତା ଦଳକୁ ୩ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା l ଏହି ଖେଳ କାର୍ଯ୍ୟକ୍ରମ କୁ ରେଫରୀ ଶତାବ୍ଦୀ ଜୟପୁରିଆ, ରାଜକୁମାର ମହାପାତ୍ର, ପ୍ରଶାନ୍ତ ମୁଣ୍ଡା ଏବଂ ଧୀରେନ୍ଦ୍ର ମାଝୀ ଅତି ଶାନ୍ତିଶୃଙ୍ଖଳା ସହ ଖେଳକୁ ପରିଚାଳନା କରିଥିଲେ l ଏହାକୁ କମିଟି ମେମ୍ବର ସରୋଜ ଠାକୁର, ସୀତାରାମ ପ୍ରଧାନ, ବିକାଶ ପୃସେଠ, ରଞ୍ଜନ ସାଉଁନ୍ତ, ବୁଲୁ ପରିଡା, ସଂଜୀବ ସାହୁ, ସୁମନ୍ତ ବାଘ, ହେମନ୍ତ ଜରଡିଆ, ନିର୍ମଳ କିସାନ, ଶିବୁ ବାଘ, କୃପା ବାଘ, ସୁଦାମ ବାଘ ମନୀଷ, ସୋଭାଗ୍ୟ ପିଙ୍ଗ ଏଲିନ ବାଘ, ଜିତେନ୍ଦ୍ର ନାଏକ, ଟିକେଶ୍ୱର ସାଉଁତ, ଜନ୍ସନ ବୁଡ଼ା ପ୍ରମୁଖ ସହଯୋଗ କରିଥିଲେ l

Leave A Reply

Your email address will not be published.