ଜିଲ୍ଲା ବିଜେପି ପକ୍ଷରୁ କଳା ଦିବସ ପାଳିତ

5

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଦଳ ପକ୍ଷରୁ କଳା ଦିବସ ପାଳିତ ହୋଇଯାଇଛି।
୧୯୭୫ ମସିହା ଜୁନ ୨୫ ତାରିଖରେ ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିଥିଲେ ଯାହାକୁ ବିରୋଧ କରି ବିଜେପି ଆଜି ଦେଶ ସାରା କଳା ଦିବସ ଭାବେ ପାଳନ କରି ଆସୁଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହନ୍ତ ରାମାନନ୍ଦ ଦାସ ଯୋଗ ଦେଇଥିବା ବେଳେ ସାଧାରଣ ସଂପାଦକ ଜଗନ୍ନାଥ ମହାପାତ୍ର , ଅନ୍ୟତମ ସାଧାରଣ ସଂପାଦକ ଇ. ପ୍ରଶାନ୍ତ , ବରିଷ୍ଠ ନେତା ନୃସିଂହ ଚରଣ ପଟ୍ଟନାୟକ , ମୋହନା ନିର୍ବାଚନ ମଣ୍ଡଳୀ ପ୍ରାର୍ଥି ପ୍ରଶାନ୍ତ ମଲ୍ଲିକ , ଯୁବ ମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ର , ଯୁବ ନେତା ଦେବୀ ପ୍ରସାଦ ଦାସ , କେ. ଯୁବରାଜ ଓ ଆଇନଜୀବୀ ଏମ୍. ପୃଥିବୀରାଜ ପ୍ରମୁଖ ଉପସ୍ଥିତ ଥିଲେ।
[

Leave A Reply

Your email address will not be published.