ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିବା ନିମନ୍ତେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

6

ଭୁବନେଶ୍ୱର : ଆସନ୍ତା ଜୁଲାଇ ମାସ ୦୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି I ଏହି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ସନ୍ଧ୍ୟାରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟIଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I

Imageଏହି ଅବସରରେ ଡିଜିପି ଶ୍ରୀ ଷଡଙ୍ଗୀ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଶ୍ରୀ ଜଗନ୍ନାଥ ମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ରୀତିନୀତି ବିଭିନ୍ନ ତାରିଖରେ ପାଳନ କରାଯିବ I ଶ୍ରୀଜୀଉଙ୍କ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ମଧ୍ୟରେ ଜୁଲାଇ ୦୭ ତାରିଖରେ ନେତ୍ର ଉତ୍ସବ, ନବଯୌବନ ଦର୍ଶନ, ରଥଯାତ୍ରା,୧୫ ରେ ବାହୁଡା ଯାତ୍ରା, ୧୭ ରେ ସୁନାବେଶ ଓ ୧୯ ତାରିଖରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ I ଏହି ଉପଲକ୍ଷେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀରେ ସମାଗମ ହେବେ I ଏହାସହ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଅତିଥି ଭାବେ ଆଗମନ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବାକୁ ଡିଜିପି ଶ୍ରୀ ଷଡଙ୍ଗୀ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
Imageଏହାପରେ ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା I ରଥଯାତ୍ରା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା ସହ ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ଵତନ୍ତ୍ର କାର୍ଯ୍ୟ ପାଇଁ ନିୟୋଜିତ ହେବେ I ଆବଶ୍ୟକତା ଅନୁଯାୟୀ ବମ୍ନିଷ୍କ୍ରିୟକାରୀ ଦଳ,ଏଚ୍ଏଚ୍ଏମଡି, ଡିଏମ୍ଏଫଡି, ମେଟାଲ ଡିଟେକ୍ଟର ଓ କାଉଣ୍ଟର ଗୁଇନ୍ଦା ସ୍କ୍ବାର୍ଡଙ୍କୁ ନିୟୋଜିତ କରାଯିବ I ଭିଭିଆଇପିମାନଙ୍କ ସୁରକ୍ଷା ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ I ସହରର ବିଭିନ୍ନ ସ୍ଥାନରେ ସିସିଟିଭି ସ୍ଥାପନ କରାଯିବ I ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର, ଡ଼ିଲିନେଟର ଓ ଟ୍ରାଫିକ ଜୋନ୍ସ ବ୍ୟବସ୍ଥା କରାଯିବ I ସେହିପରି ସମୁଦ୍ର କୂଳରେ ପାଟ୍ରୋଲିଂ କଡାକଡି କରିବାକୁ ଦୃଷ୍ଟି ଦିଆଯିବ ଓ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା I
Imageଏହି ବୈଠକରେ ନିର୍ଦ୍ଦେଶକ (ଏସସିଆରବି) ଶ୍ରୀ ବିନୟତୋଷ ମିଶ୍ର,ଏଡିଜିପି (ଏସଏପି) ଶ୍ରୀ ଆର.ପି. କୋଚେ,ପୋଲିସ କମିଶନର (କଟକ–ଭୁବନେଶ୍ବର) ଶ୍ରୀ ସଞ୍ଜୀବ ପଣ୍ଡା , ଏଡିଜିପି (ମୁଖ୍ୟାଳୟ) ଶ୍ରୀ ଆର.କେ. ଶର୍ମା,ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜିପି (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର,ଏଡିଜିପି (ଅପରେସନ) ଶ୍ରୀ ଏସ. ଦେବଦତ୍ତ ସିଂ,ଏଡିଜିପି (ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ରାଜେଶ କୁମାର, ଏଡିଜିପି (ଆଧୁନିକୀକରଣ)ଶ୍ରୀ ଦୟାଲ ଗଙ୍ଗୱାର, ଆଇ.ଜି. (ପ୍ରୋଭିଜନିଂ) ଶ୍ରୀ ୟତିନ୍ଦ୍ର କୋୟଲ,ଆଇ.ଜି. (କାର୍ମିକ) ଶ୍ରୀ ଏସ. ପ୍ରବୀଣ କୁମାର,ଆଇ.ଜି. (ଯୋଗାଯୋଗ) ଶ୍ରୀ ଗଜଭିୟେ ସତିଶ କୁମାର ଈଶ୍ଵରଦାସ, ଆଇ.ଜି. (କେନ୍ଦ୍ରାଞ୍ଚଳ) ଶ୍ରୀ ସଞ୍ଜୟ କୁମାର କୌଶଲ, ଆଇ.ଜି. (ମୁଖ୍ୟମନ୍ତ୍ରୀ ସୁରକ୍ଷା) ଶ୍ରୀ ଆଶିଷ କୁମାର ସିଂ,ଆଇ.ଜି. (ଗୁଇନ୍ଦା) ଶ୍ରୀ ଅନୁପ କୁମାର ସାହୁ,ଏସ.ପି. (ପୁରୀ) ଶ୍ରୀ ପିନାକ ମିଶ୍ର, ଏ.ଆଇ.ଜି (ମୁଖ୍ୟାଳୟ) ଶ୍ରୀ ବିବେକାନନ୍ଦ ଶର୍ମା,ଏ.ଆଇ.ଜି (ପ୍ରୋଭିଜନିଂ) ଶ୍ରୀ ପ୍ରଶାନ୍ତ କୁମାର ନାୟକ,ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ I

Leave A Reply

Your email address will not be published.