ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେଲା “ମା’ଙ୍କ ପାଇଁ ଗଛଟିଏ”

6

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମିଶନ ଶକ୍ତି ଭବନ ପରିସରରେ “ଏକ ପେଡ୍ ମା କେ ନାମ (ମା’ଙ୍କ ପାଇଁ ଗଛଟିଏ)’ ଅଭିଯାନ ଅଧୀନରେ “ବଉଳ’ ଚାରା ରୋପଣ କରିଛନ୍ତିା ଏହି ଅଭିଯାନର ଲକ୍ଷ୍ୟ ପ୍ରକୃତିର ସୁରକ୍ଷା ସହିତ ଏହାକୁ ନିଜ ମାତା ପରି ସମ୍ମାନ ଦେବାା
Imageଚାରା ରୋପଣ ପରେ ଉପମୁଖ୍ୟମନ୍ତ୍ରୀ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ ଯେଉଁଥିରେ ମିଶନ ଶକ୍ତି ଜିଲ୍ଲା ତଥା ବ୍ଲକ ସ୍ତରୀୟ ମହାସଂଘର ଲିଡର୍ ଏବଂ କମୁ୍ୟନିଟି ସପୋର୍ଟ ଷ୍ଟାଫମାନେ ଉତ୍ସାହର ସହ ଅଂଶଗ୍ରହଣ କରିବା ସହ ଏହି ପରିବେଶ ଅଭିମୁଖୀ ପଦକ୍ଷେପକୁ ସମର୍ଥନ କରିଥିଲୋ ବୈଠକରେ ଶ୍ରୀମତୀ ପରିଡା ମା’ମାନଙ୍କୁ ସମ୍ମାନ ଦେବା ସହ ଏକ ସବୁଜ ଓଡ଼ିଶା ଗଠନ ଲକ୍ଷ୍ୟରେ ପ୍ରତ୍ୟେକ ନାଗରିକଙ୍କୁ ନିଜ ମାଆଙ୍କ ନାମରେ ଗଛ ଲଗାଇବାକୁ ଉତ୍ସାହିତ କରିଥିଲୋ  ଉପମୁଖ୍ୟମନ୍ତ୍ରୀ ପରିବେଶ ସୁରକ୍ଷା ପାଇଁ ସମଗ୍ର ସମ୍ପ୍ରଦାୟ ଏକଜୁଟ ହେବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଏବଂ ମିଶନ ଶକ୍ତି ଲିଡର୍ ତଥା ବିଭାଗୀୟ ଅଧିକାରୀମାନଙ୍କୁ ଏହି ଅଭିଯାନକୁ ସାରା ରାଜ୍ୟରେ ବ୍ୟାପକ କରିବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲୋ

Image ଏହା ଛଡା ବୈଠକରେ ଶ୍ରୀମତୀ ପରିଡା ବିକଶିତ ଓଡିଶା ସ୍ୱପ୍ନ ପୂରଣ ହେବାରେ ମିଶନ ଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହିତ ମିଶନ ଶକ୍ତି ରାଜ୍ୟରେ ସାମାଜିକ ଏବଂ ଅର୍ଥନୈତିକ ବିପ୍ଳବ ଆଣିଥିବା ବିଷୟରେ ମଧ୍ୟ କହିଥିଲୋଏହି ଅବସରରେ ଅଭିଯାନର ଦୃଢ ସମର୍ଥନରେ ମିଶନ ଶକ୍ତି ଲିଡର୍ମାନେ ସାରା ରାଜ୍ୟରେ ୨.୫ କୋଟି ବୃକ୍ଷରୋପଣ କରିବାକୁ ପ୍ରତିଶୃତି ଦେଇଛନ୍ତିା ଏହି ଉଚ୍ଚାଭିଳାଷୀ ଅଭିଯାନ ମା’ମାନଙ୍କୁ ସମ୍ମାନ ଦେବା ସହ ପରିବେଶ ସୁରକ୍ଷା ତଥା ଓଡିଶାରେ ମହିଳା ସଶକ୍ତିକରଣ ପ୍ରତି ପ୍ରତିଶ୍ରୁତିବଦ୍ଧତାକୁ ସୂଚିତ କରୋ
Imageଏହି ବୈଠକରେ ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ସିଇଓ, ଓଡିଶା ଜୀବିକା ମିଶନ (ଓଏଲଏମ୍) ଶ୍ରୀ ଭିନୀତ ଭରଦ୍ୱାଜ (ଭା.ପ୍ର.ସେ), ବିଭାଗର ବରିଷ୍ଠ ସରକାରୀ ଅଧିକାରୀ ତଥା ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲୋ

Leave A Reply

Your email address will not be published.