ସାଂସଦ ବଳଭଦ୍ର ମାଝୀଙ୍କୁ ଡାବୁଗାଁ ରେ ଭବ୍ୟ ସ୍ଵାଗତ

6

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୨/୦୬/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ନବ ନିର୍ବାଚିତ ନବରଙ୍ଗପୁର ବିଜେପି ସାଂସଦ ବଳଭଦ୍ର ମାଝୀଙ୍କୁ ଦଳ ତରଫରୁ ଆଜି ଭବ୍ୟ ସ୍ଵାଗତ ପ୍ରଦାନ କରାଯାଇଛି। ବିଜେପି କର୍ମୀ ମାନେ ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସାଂସଦ ବଳଭଦ୍ର ମାଝୀ ଙ୍କୁ ଫୁଲମାଳ ପକାଇ ସ୍ଵାଗତ କରିବା ସହ ବାଜା ମର୍ଦ୍ଦଳ ଓ ଆତସବାଜି ଫଟାଇ ବିଜେପି ଜିନ୍ଦା ବାଦ ଓ ଭାରତ ମାତା କି ଜୟକାର କରି ଡାବୁଗାଁ ତାରିଣୀ ମନ୍ଦିର ଛକ ପର୍ଯ୍ୟନ୍ତ ପଦ ଯାତ୍ରା କରିଥିଲେ। ବିଜେପି କର୍ମୀ ମାନେ ବହୁ ସମୟ ଧରି ସାଂସଦ ଙ୍କୁ ଆଗ୍ରହ ର ସହ ଅପେକ୍ଷା କରି ରହିଥିଲେ। ଏହି ସ୍ଵାଗତ କାର୍ଯ୍ୟକ୍ରମରେ ଡାବୁଗାଁ ବିଜେପି ର ବରିଷ୍ଠ ବିଜେପି ନେତା ଦିବାନ ସିଂ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭ ଜିତ ପାଣିଗ୍ରାହୀ, ଜିଲ୍ଲା ବିଜେପି ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ (ପିନ୍ଟୁ), ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜ ଶେଖର ରାଓ, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତରା, ମନୋରମା ନାୟକ,ୱାଇ ରାଜ ଶେଖର ଦୋରା, ଜି ସତ୍ୟା ରାଓ,ଭଗବାନ ମହାନ୍ତି, ଭୀମସେନ ଜେନା, ମନୋଜ ପାତ୍ର,ନରେଶ ସିଂ, ନରୁ ସିଂ, ରତନ କଲାର,ରାଜେନ୍ଦ୍ର ବିଶୋଇ, ଯାଦବ ବିଶୋଇ, ଗୋବିନ୍ଦ ମାଝୀ, ବନ୍ଧୁ ମାଝୀ, ପଙ୍କୋଜ ମାଝୀ, ଗୋବିନ୍ଦ ମାଝୀ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.