ସୀମାନ୍ତ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ।

5

(ଶାସକ ପ୍ରଶାସକ)ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ସ୍ଥାନିୟ ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଜା GVତୀୟ ସେବାଯୋଜନା +୨ ଓ +୩ ଶାଖା ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୋଗ ଶିବିର ବରିଷ୍ଠ ଅଧ୍ୟାପିକା ଜୟନ୍ତୀ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଝାରପୋଖରିଆ ଥାନା ଭାରପାପ୍ତ ଅଧିକାରୀ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ପ୍ରଧାନ ଯୋଗ ଦେଇଥିବା ବେଳେ ଯୋଗ ବିଶାରଦ ଶ୍ରୀଯୁକ୍ତ ଅମୀୟ କୁମାର ଦ୍ବାରୀ ଯୋଗଦେଇ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଯୋଗ ଓ ପ୍ରଣାୟମ ଉପକାରିତା ସମ୍ପର୍କରେ
ସୂଚନା ପ୍ରଦାନ କରିଥିଲେ। ତତ୍ ସଙ୍ଗେ ସଙ୍ଗେ
ଯୋଗ ଅଭ୍ୟାସ କରାଇଥିଲେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ପ୍ରଧାନ ବ୍ୟସ୍ତ ବହୁଳ ଜୀବନ ସୂଚୀ ଭିତରୁ ସମୟ ବାହାର କରି ନିଜ ପାଇଁ ଓ ସମାଜ ପାଇଁ ନିୟମିତ ଯୋଗ ଅଭ୍ୟାସ ଜାରି ରଖିବାକୁ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଜାତୀୟ ସେବାଯୋଜନାର +୨ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ,+୩ କାର୍ଯ୍ୟକ୍ରମ ଅଧିକାରୀ ପୁରୁଷ ଓ ମହିଳା ବିଭାଗର ଅଧ୍ୟାପକ ଶରତ କୁମାର ପଢ଼ିଆରୀ,ଆରତୀ ହୋ ,ଡ଼ଃ ରାମକିଶୋର ହରିଜନ , ସମର ଶିକ୍ଷାର୍ଥୀ ବାହିନୀର ଲେଫ୍ଟନାଣ୍ଟ ନିହାର ରଞ୍ଜନ ମହାନ୍ତ, କ୍ରୀଡା ଶିକ୍ଷକ ଶ୍ରଦ୍ଧାନନ୍ଦ ସାହୁ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଧରିତ୍ରୀ ବେହେରା ,ସ୍ବପ୍ନେଶ୍ୱରୀ ମୁର୍ମୁ,ସୁଧାଂଶୁ ଶେଖର ସାହୁ,ପ୍ରଦ୍ୟୁମ୍ନ କୁମାର ବସା,,ସୁଜାତା ମହାନ୍ତ,ସୁପର୍ଣ୍ଣା ଦାସ,ଜଗନ୍ନାଥ ମାଝୀ, ସଞ୍ଜୟ ମାଝି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ତଥା ଅନ୍ୟାନ୍ୟ କର୍ମଚାରୀ ଏହି ଯୋଗ ଶିବିରରେ ଯୋଗଦେଇ ଯୋଗ କରିବା ସହିତ କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ।ଏହି କାର୍ଯ୍ୟକ୍ରମ ରେ ମୋଟ ମୋଟ ୧୪୭ ଜଣ ଶିବିରାର୍ଥୀ ଅଂଶଗ୍ରହଣ କରିଥିଲେ।ପରିଶେଷରେ ଅଧ୍ୟକ୍ଷା ଶ୍ରୀମତୀ ସିଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହିତ ଏହା ଆଗାମୀ ଦିନରେ ଏକ ଗଣପର୍ବ ରେ ପରିଣତ ହେବ । ।୍ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ

Leave A Reply

Your email address will not be published.