ବାସୁଦେବପୁର – ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ବାର ନମ୍ୱର୍ ୱାର୍ଡ ପରିସର ରେ ଦେବ ସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସକାଳ ନ ଘଟିକା ସମୟ ରେ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ପୀଠ ରେ ଭକ୍ତ ମାନଙ୍କ ଗହଳ ଚହଳ ଲାଗି ରହି ଥିଲା। ପରେ ସମସ୍ତ ନୀତି ସମ୍ପନ୍ନ ହୋଇ ପ୍ରଭୁ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇ ଥିଲା। ବାସୁଦେବପୁର ରେ ସର୍ବ ପୁରାତନ ଏହି ମନ୍ଦିର ରେ ପ୍ରତିବର୍ଷ ଶାନ୍ତି ଶୃଂଖଳା ସହ ସ୍ନାନ ଉତ୍ସବ,ରଥ ଯାତ୍ରା ଅନୁଷ୍ଟିତ ହୋଇ ଥାଏ। ଆଖ ପାଖ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଭକ୍ତ ମାନେ ଉପସ୍ଥିତ ରହି ପ୍ରଭୁ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ଦର୍ଶନ କରିଥିଲେ।
Sign in
Sign in
Recover your password.
A password will be e-mailed to you.