ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ.

6

ନବରଙ୍ଗପୁର ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଯୋଗଦିବସରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସାଂସଦ ମାନ୍ୟବର ବଳଭଦ୍ର ମାଝୀ, ସମ୍ମାନିତ ଅତିଥିଭାବେ ନବରଙ୍ଗପୁର ପୌରାଧକ୍ଷ ଶ୍ରୀ କୁନୁ ନାୟକ ଯୋଗଦେଇ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଏବଂ ମହତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁ ନିରାମୟ ଜୀବନ ଯାପନରେ ଯୋଗର ଆବଶ୍ୟକତା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ବ୍ୟାଖ୍ୟା କରିଥିଲେ। ଜାତୀୟ ସେବା ଯୋଜନା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଯୋଗ କିପରି ମାନସିକ ଓ ଶାରୀରିକ ସୁସ୍ଥ ରଖେ ସେ ବିଷୟରେ ଆଲୋକପାତ କରିଥିଲେ।ଯୋଗଗୁରୁ ଶ୍ରୀ ଶିବ ପ୍ରସାଦ ମିଶ୍ରଙ୍କ ତତ୍ୱାବଧାନରେ ଛାତ୍ରୀମାନେ ଯୋଗାଭ୍ୟାସ କରିଥିଲେ। ଯୋଗ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶିକ୍ଷାବିଭାଗ ଅଧ୍ୟାପିକା ତଥା ଯୁବ ରେଡ଼କ୍ରସ ଅଧିକାରୀ ଡ଼ଃ ସଂଯୁକ୍ତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରୀଙ୍କ ସହ କିଛି ପୁରାତନ ଛାତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ନୃପେନ୍ଦ୍ରନାଥ ଖୋସଲା, ଲକ୍ଷ୍ମୀକାନ୍ତ ସୌରା, ଅଧ୍ୟାପିକା ରଞ୍ଜୁଷା କୁମାରୀ ପ୍ରହରାଜ, ତାଇରା ବେଗମ, ଡ଼ଃ ଏମ ରୋହିଣୀ ରାଣୀ ଏବଂ ଶ୍ରୀ ପଞ୍ଚାନନ ଦାଶ, ଭୁବନ ହରିଜନ, ସହିତ ଅନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ।ଶେଷରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ସୁନୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.