ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ଆଜି ବିଶ୍ଵ ଯୋଗ ଦିବସ ଅବସରରେ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପଣ୍ଡାଙ୍କ ତତ୍ତ୍ଵାବଧାନରେ ଯୋଗ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓକିଲ ବିପିନ ବିହାରୀ ସାହୁ ଯୋଗ ଦେଈ ଯୋଗ ଦିବସର ମହତ୍ତ୍ଵକୁ ବୁଝାଇ ଛାତ୍ରୀ ଓ ଅନୁଷ୍ଠାନର କର୍ମଚାରୀମାନଙ୍କ ସହିତ ଯୋଗ ଅଭ୍ୟାସ କରିଥିଲେ। ଅନ୍ୟତମ ସ୍ଵତନ୍ତ୍ର ଅତିଥି ତଥା ଥାନା ଅଧିକାରୀ ବନବିହାରୀ ପ୍ରଧାନ କାର୍ଯ୍ୟକ୍ରମରେ ଯୋଗ ଦେଈ ବର୍ତ୍ତମାନ ପରିସ୍ଥିତିରେ ପ୍ରତିଦିନ ଏକ ଘଣ୍ଟା ନିଜକୁ ସମୟ ଦେଇ ଯୋଗ ଅଭ୍ୟାସ କରିବା ଭବିଷ୍ୟତ ପାଇଁ ଭଲ ବୋଲି ପରାମର୍ଶ ଦେଇଥିଲେ। ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ସମ୍ପାଦକ ତଥା ସାମ୍ୱାଦିକ ସୁଶାନ୍ତ କୁମାର ବେହେରା କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଯୋଗ ଦେଇ ପ୍ରତିଦିନ ଅନୁଷ୍ଠାନରେ ଯୋଗ ଅଭ୍ୟାସ ପାଇଁ ଏକ ପିରିଅଡ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ପରୀକ୍ଷାରେ ଏହି ମହାବିଦ୍ୟାଳୟ କଳା ବିଭାଗ ଛାତ୍ରୀ ଲିପ୍ସା ଭୂୟାଁ 600 ରୁ 462 ଏବଂ ବିଜ୍ଞାନ ବିଭାଗ ଛାତ୍ରୀ ଶୁଭଶ୍ରୀ ନାୟକ 600 ରୁ 348 ମାର୍କ ରଖି ମହାବିଦ୍ୟାଳୟର ଗୌରବକୁ ବୃଦ୍ଧି କରିଥିବାରୁ ମହାବିଦ୍ୟାଳୟ ତରଫରୁ ଉଭୟ ଛାତ୍ରୀଙ୍କୁ ଅତିଥି ମାନଙ୍କଦ୍ଵାରା ଉପଢୌକନ , ପୁଷ୍ପ ଗୁଚ୍ଛ , ମାନପତ୍ର ଏବଂ ସିଲ୍ଡ ଦେଇ ସମ୍ମାନିତ କରଯାଇଥିଲା। ଗ୍ରନ୍ଥାଗାର ସଂଗ୍ରହିତ୍ରି ସଙ୍ଗୀତା ବିନ୍ଧଣିରା, ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ରଶ୍ମିତା ବିନ୍ଧଣୀରା , ବଶିଷ୍ଠ କିରାଣୀ ପ୍ରମୋଦ ପ୍ରଧାନ, ବିଜ୍ଞାନ ବିଭାଗର ମନୋଜ କୁମାର ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ। ଓଡିଆ ଅଧ୍ୟାପିକା ଗୀତାଞ୍ଜଳୀ ଗୁରୁ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ କ୍ରୀଡା ଅଧ୍ୟାପିକା ଗୀତାଶ୍ରୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post