ଭଞ୍ଜନଗର ବେଲେଶ୍ୱର ଠାରେ ଆନ୍ତର୍ଜାତିକ ଯୋଗଦିବସ ପାଳିତ

6

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା } : ଭଞ୍ଜନଗର ବେଲେଶ୍ବର ଶୈବ ପୀଠରେ ଆଜି ଜୁନ୍ ମାସ ୨୧ ତାରିଖ ୨୦୨୪ ଶୁକ୍ରବାର ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏହିପରି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଭଞ୍ଜନଗର ପଞ୍ଚାୟତ ସମିତି ଓ ଭଞ୍ଜନଗର ପୌରପାଳିକାର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ର ଦେଖିବାକୁ ମିଳିଛି।
ଉକ୍ତ ଯୋଗ ଶିବିରରେ ମୁଖ୍ୟ ଅତିଥି ରୁପେ ଭଞ୍ଜନଗର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ରୁପେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ଓ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ବିଶ୍ବରଞ୍ଜନ କର ଯୋଗଦେଇଥିଲେ। ଉକ୍ତ ଯୋଗ ଶିବିରରେ ଶରୀର ପ୍ରତି ଯୋଗ ର ଉପକାରିତା ଓ ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସ କରିବା କେତେ ଦୂର ଉଚିତ ବୋଲି ଅତିଥି ଗଣ ବକ୍ତବ୍ୟ ରେ କହିଥିଲେ।ଯାହାଦ୍ୱାରା ମଣିଷ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ। ଯୋଗ ଶିବିର ରେ ମାନ୍ୟବର ବିଧାୟକଙ୍କ ସମେତ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନ୍ମଥ କୁମାର ନାୟକ,ତହସିଲଦାର ଉମାଶଙ୍କର ବେହେରା,ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରି ଗଣ,ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା,ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ,ସାମ୍ବାଦିକ ବନ୍ଧୁ , ବରିଷ୍ଠ ଆଇନଜୀବି ମଧ୍ୟରେ ସନ୍ତୋଷ ତିଆଡି, ସରପଞ୍ଚ ଉଦ୍ଧବ କୁମାର ମିଶ୍ର, କୁବେର ପ୍ରଧାନ, ଭଞ୍ଜ କିଶୋର ପ୍ରଧାନ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗାଭ୍ୟାସ କରିଥିଲେ। ଏଥିରେ ପ୍ରଶିକ୍ଷକ ଭାବେ ସୁବାଷଚନ୍ଦ୍ର ଗୌଡ,ସୁବ୍ରତ କୁମାର ପ୍ରଧାନ,ଆଲୋକ ସ୍ବାଇଁ, ଦୁର୍ଯ୍ୟୋଧନ ନାୟକ,ପ୍ରଦିପ କୁମାର ବେହେରା, ଶରତ ଚନ୍ଦ୍ର ବେହେରା, ଶଚିତ୍ର କୁମାର ନାୟକ, ଜୋତ୍ସାରାଣୀ ସାହୁ,ଯାଜ୍ଞସେନୀ ନାୟକ,ସପ୍ନେଶ୍ବରୀ ଦିଗାଲ ପ୍ରମୁଖ ଯୋଗ ପ୍ରଶିକ୍ଷଣ ଦେଇଥିଲେ। ଯୋଗ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଶେଷରେ ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.