ତିନି ଜଣ ଙ୍କ ଜୀବନ ନେବା ସହ ଘର ଭାଙ୍ଗିଲା ବଣୁଆ ହାତୀ

6

ଝାରବନ୍ଧ – ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଗୋଠୁଗୁଡା, ଭୁବନେଶ୍ୱରପୁର ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ବଣୁଆ ହାତୀ ଉପଦ୍ରବ କରି ଗୋଟିଏ ପରିବାର ର ତିନି ସଦସ୍ୟ ଙ୍କ ମୃତ୍ୟୁ ହୋଇଛି l ଅଞ୍ଚଳ ରେ ବହୁ ଦିନ ହେବ ବଣୁଆ ହାତୀ ଙ୍କ ଉପଦ୍ରବ ଲାଗି ରହିଥିବା ବେଳେ ଘର କୁ ଭାଙ୍ଗିବା ସହ ବ୍ୟାପକ କ୍ଷୟ କ୍ଷତି କରିଥିବା ନେଇ ସୂଚନା ମିଳିଛି l ବନ ବିଭାଗ ପକ୍ଷ ରୁ ଏକ ଟିମ ଆସି ମୃତ ପରିବାର ବର୍ଗ ଙ୍କୁ ଭେଟି ସରକାରୀ ସହାୟତା ଶୀଘ୍ର ଦିଆଯିବ ବୋଲି କହିଛନ୍ତି l ସ୍ଥାନୀୟ ଅଞ୍ଚଳ ରେ ବାରମ୍ବାର ହାତୀ ଉପଦ୍ରବ ଘଟଣା ବୃଦ୍ଧି ପାଇ ଥିବା ବେଳେ ସ୍ଥାନୀୟ ଗ୍ରାମବାସି ଙ୍କ ମଧ୍ୟ ରେ ଜନ ଅସନ୍ତୋଷ ତେଜିବା ରେ ଲାଗିଛି l ହାତୀ ଆତଙ୍କ କୁ ନେଇ ଲୋକଙ୍କ ମଧ୍ୟ ରେ ପ୍ରତିକ୍ରିୟା ବଢୁ ଥିବାରୁ ଲୋକଙ୍କୁ ସଚେତନ କରିବାକୁ ବନ ବିଭାଗ ପକ୍ଷ ରୁ ଏକ ସଚେତନତା ରଥ ବୁଲିବା ଆରମ୍ଭ କରିଛି l

Leave A Reply

Your email address will not be published.