ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ ସଂସ୍ଥା ସଦସ୍ୟଙ୍କ ସୌଜନ୍ୟମୂଳକ ସାକ୍ଷାତ

6

ଓଡ଼ିଶାକୁ ପୁଷ୍ଟିକର ଖାଦ୍ୟର ହବ୍ ଭାବେ ଗଢି ତୋଳିବା – ମନ୍ତ୍ରୀ ଶ୍ରୀ ପାତ୍ର

ଭୁବନେଶ୍ୱର: ଆଜି ଅପରାହ୍ନରେ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ ସଂସ୍ଥା ଓଡ଼ିଶା ମୁଖ୍ୟ ଏଲିଜାବେଥ ଫର ଓ ବିଶ୍ୱ ଖାଦ୍ୟ ସଂସ୍ଥାର କ୍ଷେତ୍ର ମୁଖ୍ୟ ଅଧିକାରୀ ଶ୍ରୀ ହିମାଂଶୁ ବଳ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତିା ଖାଦ୍ୟ ସୁରକ୍ଷାରେ ଓଡ଼ିଶାକୁ ଏକ ହବ୍ ଭାବେ ଗଢି ତୋଳିବା ସହ ଖାଦ୍ୟର ଗୁଣାତ୍ମକ ମୂଲ୍ୟ ବୃଦ୍ଧି କରିବାରେ ମିଳିତ ଜାତିସଂଘ ଅନ୍ତର୍ଗତ ବିଶ୍ୱ ଖାଦ୍ୟ ସଂସ୍ଥାର ଅବଦାନ ଅତୁଳନୀୟା ଉନ୍ନତ ବୈଷୟିକ ଜ୍ଞାନକୌଶଳ ଓ ଆଧୁନିକ ବୈଜ୍ଞାନିକ ପଦ୍ଧତି ଦ୍ୱାରା ଖାଦ୍ୟର ଗୁଣବତ୍ତାକୁ ବୃଦ୍ଧି କରାଯାଇପାରୁଛିା ଏହି ସବୁ ଜ୍ଞାନକୌଶଳ ଅନ୍ୟାନ୍ୟ ଉନ୍ନତ ଦେଶଠାରୁ ଭାରତ ଓ ବିଶେଷ କରି ଓଡ଼ିଶାକୁ ବିଶ୍ୱ ଖାଦ୍ୟ ସଂସ୍ଥା ଦ୍ୱାରା ସହଜରେ ମିଳିପାରୁଛି, ଯାହା ରାଜ୍ୟରେ ଅପପୁଷ୍ଟି, ଜୀବନଧାରଣର ମାନ ବୃଦ୍ଧି ଓ ଉନ୍ନତ ସ୍ୱାସ୍ଥ୍ୟ ଲାଭରେ ସହାୟକ ହେବା
Imageବିଶ୍ୱ ଖାଦ୍ୟ ସଂସ୍ଥା ସହ ଓଡ଼ିଶା ସରକାରଙ୍କ ଘନିଷ୍ଠ ସହଯୋଗ ଓଡ଼ିଶାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ସାହାଯ୍ୟ କରିବା ପୁଷ୍ଟିକର ଭିଟାମିନଯୁକ୍ତ ଚାଉଳ ରାଜ୍ୟରେ ପୁଷ୍ଟିହୀନତାକୁ ଦୂର କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ବକ୍ତବ୍ୟରେ କହିଥିଲୋ ଜାତିସଂଘର ବିଶ୍ୱ ଖାଦ୍ୟ ସଂସ୍ଥା ସହ ଆଗକୁ ଏହି ସହଭାଗିତା ଜାରି ରହିବ ଏବଂ ମିଳିତ ସହଯୋଗରେ ଓଡ଼ିଶାକୁ ବିଶ୍ୱ ଦରବାରରେ ଉତ୍କର୍ଷର କେନ୍ଦ୍ର ଭାବେ ପରିଚିତି ପ୍ରଦାନ କରିବ ବୋଲି ଏଲିଜାବେଥ ଫର କହିଥିଲୋ ଆଲୋଚନାବେଳେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମହମ୍ମଦ ହକ୍ ଉପସ୍ଥିତ ରହି ପ୍ରସଙ୍ଗରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲୋ

Image

Leave A Reply

Your email address will not be published.