ଅଙ୍ଗନବାଡ଼ିର ବିକାଶ ହେଲେ ଉଭୟ ମା’ ଓ ଶିଶୁଙ୍କର ବିକାଶ ହେବ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

6

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ସମୀକ୍ଷା

  •  ଅଙ୍ଗନବାଡି ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯିବାକୁ ନିର୍ଦ୍ଦେଶ

  •  ଛତୁଆର ଗୁଣବତ୍ତାକୁ ରେଗୁଲାର ଯାଞ୍ଚ କରିବା ସହ ମାନ ବୃଦ୍ଧି କରିବାକୁ ଦେଲେ ପରାମର୍ଶ

  •  ଡିଜିଟାଲାଇଜେସନ ସହ ଅଙ୍ଗନବାଡି ସଦସ୍ୟଙ୍କ ଗୁଣବତ୍ତା ତାଲିମ ଓ ବୀମା ସୁବିଧାକୁ ଗୁରୁତ୍ୱ ଦିଆଯିବାକୁ ନିର୍ଦ୍ଦେଶ

  •  ମହିଳା ହେଲ¬ଲାଇନ କୁ କଲେ ଟେଷ୍ଟ କଲ

Imageଭୁବନେଶ୍ୱର: ଗତକାଲି ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳା ଶିଶୁ ବିଭାଗର ପରିଦର୍ଶନ କରି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତିା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ବିଳମ୍ବ ରାତି ପର୍ଯ୍ୟନ୍ତ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲାାଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ବିଭାଗୀୟ କାର୍ଯ୍ୟର ସଫଳତା, ଯୋଜନା ଓ ଆହ୍ୱାନ ସମ୍ପର୍କରେ ଉପସ୍ଥାପନ କରିଥିଲେ |

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ତୃଣମୂଳ ସ୍ତରର ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝିବା ସହିତ ବିଭିନ୍ନ ବିଭାଗର ସହଭାଗିତାରେ ସମସ୍ୟାର ସମାଧାନ କରି କିପରି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ, ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲୋ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇ ଅଙ୍ଗନବାଡି ସଦସ୍ୟଙ୍କୁ ରେଗୁଲାର ତାଲିମ ଓ ବୀମା ସୁବିଧା ଯୋଗେଇଦେବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତିା ଅଙ୍ଗନବାଡିରେ ଦିଆଯାଉଥିବା ଛତୁଆ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତିକୁ ନିୟମିତ ଯାଞ୍ଚ କରିବା ସହ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତିା ଏଥି ସହ ଅଙ୍ଗନବାଡି କେନ୍ଦ୍ର ଦ୍ୱାରା “ଯୋଗ’କୁ ମା’ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତିା ଆହୁରି ପୁଣି ମହିଳା ହେଲ¬ଲାଇନର କାର୍ଯ୍ୟକାରିତାକୁ ଯାଞ୍ଚ କରିବା ପାଇଁ ବୈଠକରେ ବସି ମହିଳା ହେଲ¬ଲାଇନ ନମ୍ବରକୁ ଟେଷ୍ଟ କଲ ମଧ୍ୟ କରିଥିଲୋ କର୍ମଜୀବୀ ମହିଳା ହସେଫଲର ସଂଖ୍ୟାକୁ ତ୍ୱରାନ୍ୱିତ କରି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କ୍ରେଚର ସୁବିଧା ଯୋଗେଇଦବାକୁ ସେ ପରାମର୍ଶ ଦେଇଛନ୍ତିା ସୁଭଦ୍ରା ଯୋଜନାରେ ମାର୍ଗଦର୍ଶିକ ପ୍ରସ୍ତୁତ କରି ୧୦୦ ଦିନରେ ଏହାକୁ କାର୍ଯ୍ୟକାରୀ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତିା

Imageମହିଳାଙ୍କ ପ୍ରତି ଅପରାଧ କୁ ଅଗ୍ରାଧିକାର ଦେଇ ଶ୍ରୀମତୀ ପରିଡା ମହିଳା ଓ ଶିଶୁ ବିଭାଗ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ମହିଳା ଆୟୋଗକୁ ଅପୋଷ ସମାଧାନ ଓ କ୍ୟାମ୍ପ କୋର୍ଟ ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପେଣ୍ଡିଂ କେସ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତିା ରାଜ୍ୟରେ ବିଶାଖା ଗାଇଡଲାଇନ କାର୍ଯ୍ୟକାରୀ କରିବା ବିଷୟରେ ତର୍ଜମା କରିବାକୁ ମନ୍ତ୍ରୀ ଶ୍ରୀମତୀ ପରିଡ଼ା ବିଭାଗକୁ ପ୍ରସ୍ତାବ ଦେଇଛନ୍ତିା
ଏହି ସମୀକ୍ଷା ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଓ ବିଭାଗୀୟ ନିର୍ଦ୍ଦେଶକ ମୋନିଶା ବାନାର୍ଜୀଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲୋ

Leave A Reply

Your email address will not be published.