ଭୁବନେଶ୍ୱର: ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ରେ ଆରମ୍ଭ ହୋଇଛି ନବନିଯୁକ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ୧୧ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମା ଜୁନ ୨୯ ତାରିଖ ଯାଏଁ ଚାଲୁଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୩୩ ଜଣ ଅଧିକାରୀ ଯୋଗଦାନ କରିଛନ୍ତିା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତିା
ଏହି ଅବସରରେ ଶ୍ରୀମତୀ ସାହୁ ଅଧିକାରୀମାନଙ୍କୁ କହିଛନ୍ତି, ତୃଣମୂଳସ୍ତରରେ ଜନଜାତି ସମ୍ପ୍ରଦାୟ ତଥା ଜନଜାତି ଛାତ୍ରଛାତ୍ରୀମାନଙ୍କ ନିକଟରେ ସମସ୍ତ ସରକାରୀ ସୁବିଧାସୁଯୋଗ ପହଞ୍ଚାଇବା ହେଉଛି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ଗୁରୁଦାୟିତ୍ୱା ଯୁବ ଅଧିକାରୀମାନେ ଆଗ୍ରହ ଓ ନିଷ୍ଠାର ସହ କର୍ତ୍ତବ୍ୟ ନିର୍ବାହ କଲେ ସମାଜର ପଛୁଆ ବର୍ଗଙ୍କ ଉନ୍ନତି ହୋଇପାରିବା ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀମାନଙ୍କୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ପ୍ରବର୍ତ୍ତିତ ଆଇନ ଓ ନିୟମାବଳୀ ସମ୍ପର୍କରେ ପ୍ରଶିକ୍ଷିତ କରିବା, ସରକାରୀ କର୍ମଚାରୀଙ୍କ ସେବାନିୟମ ଓ ବିଭିନ୍ନ ଆନୁସାଙ୍ଗିକ ଆଇନ ବିଷୟରେ ଅବଗତ କରାଇ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ନିମନ୍ତେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛିା
କାର୍ଯ୍ୟକ୍ରମର ଆରମ୍ଭରେ ଅନୁସୂଚିତ ଜନଜାତି ଓ ଏସ୍ସିଏସ୍ଟିଆରଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ପ୍ରଶିକ୍ଷଣର ଉଦ୍ଦେଶ୍ୟ ଓ ନବନିଯୁକ୍ତ ଅଧିକାରୀମାନଙ୍କଠାରୁ ସରକାରଙ୍କ ଆଶାପ୍ରତ୍ୟାଶା ଉପରେ ଆଲୋକପାତ କରାଇଥିଲୋ ବିଭାଗର ଯୁଗ୍ମସଚିବ ଶ୍ରୀ ପ୍ରବୀର କୁମାର ଖିଲାର ବିଭାଗର ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ବିଷଦ ଆଲୋଚନା କରିଥିବାବେଳେ ଅନୁଷ୍ଠାନର ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ରଥ, ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ ଏବଂ ସହନିର୍ଦ୍ଦେଶିକା ମଧୁସ୍ମିତା ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.