ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିମ୍ନମାନର କାର୍ଯ୍ୟ ଅଭିଯୋଗ

5

କୁଜଙ୍ଗ ୧୯/୦୬ ନିମ୍ନମାନର ରାସ୍ତାକାମ ପାଇଁ ବଢୁଛି ଜନ ଅସନ୍ତୋଷ, କାର୍ଯ୍ୟ ସ୍ଥଳରେ ରହୁନାହାନ୍ତି ବିଭାଗୀୟ ଅଧିକାରୀ, ମନ ଇଛା ମୁତାବକ ଅସତ୍ ଉପାୟ ରେ ଠିକାଦାର କରୁଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର କାର୍ଯ୍ୟ, ଅବଧି ତାରିଖ ଶେଷ ପରେ ବି ସମ୍ପୂର୍ଣ ହୋଇପାରୁନି ରାସ୍ତା କାମ |  ଠିକାଦାର ନିଜ ମନ ମୁତାବକ ଗୋଟିଏ ଦିନରେ ଦୁଇ ଶହରୁ ତିନି ସହ ମିଟର କାର୍ଯ୍ୟ କରି ସାରିବା ପରେ ପୁଣି କିଛି ଦିନ ଅନ୍ତରରେ ପିଚୁ ଗାଡି ମଗାଇ କରାଯାଉଛି କାର୍ଯ୍ୟ ଯାହାର ଅନ୍ତ ପାଉନି | ବିଭାଗୀୟ ଯନ୍ତ୍ରୀ, ଯନ୍ତ୍ରୀ ଓ ଠିକାଦାର ମଧ୍ୟରେ ମଧୂଚନ୍ଦ୍ରିକା କୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି |

ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ଏରସମା ବ୍ଲକ ପୋଖରିଆପଡ଼ା ଗ୍ରାମ ଉନ୍ନୟନ ବିଭାଗ ମୁଖ୍ୟରାସ୍ତା ଠାରୁ ଶ୍ରୀଚନ୍ଦନପୁର ଭାୟା କୋଠି, ଶ୍ରୀଚନ୍ଦନପୁର ଭାୟା ସିହl ଏରସମା ପର୍ଯ୍ୟନ୍ତ l ରାସ୍ତା କଡରେ ରହିଛି ଆୟ ବ୍ୟୟ ର ସବିଶେଷ ବିବରଣୀ, ସେହି ବିବରଣୀ ବ୍ୟାନର ରେ ଲେଖାଯାଇଛି କାର୍ଯ୍ୟ ଆରମ୍ଭ ତାରିଖ 2-12-2023 ଠାରୁ ଶେଷ 3-11-2023 ପର୍ଯ୍ୟନ୍ତ,ମାତ୍ର 5 .420 କିମି ପାଇଁ ଅଟକଳ ମୂଲ୍ୟ ରହିଛି ଦୁଇ କୋଟି ଏକାବନ ଲକ୍ଷ୍ୟ ଏକାବନ ହଜାର ଛଅ ଶହ ଅଣଚାଶ ଟଙ୍କା, ଏହି ବ୍ୟୟ ବରାଦ କେତେ ଭାଗ କାମ ରେ ଲାଗୁଛି, ତାହା ସବୁଠାରୁ ପ୍ରଶ୍ନବାଚୀ ସୃଷ୍ଟି କରିଛି |
ଯାହାକୁ ନେଇ ସିହା ଗ୍ରାମବାସୀ ଙ୍କ ତରଫରୁ ଚାଲିଛି ବାକ୍ ବିତଣ୍ଡା ତଥାପି ଠିକାଦାର ବେଫିକର କରି ଚାଲିଛି, ଏଥିପ୍ରତି ନୂତନ ସରକାର ଦୃଷ୍ଟି ଦେଇ ସଠିକ କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି, l

Leave A Reply

Your email address will not be published.