ହୀରକ ଜୟନ୍ତୀ ପାଳନ ପାଇଁ ବିଧାୟକଙ୍କ ସହ ଆଲୋଚନା l

6

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ମୁଖ୍ୟାଳୟରେ ଅବସ୍ଥିତ ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ପାଇଁ ପୁରାତନ ଛାତ୍ର ସଂସଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଏହି ଅବସରରେ ମଙ୍ଗଳବାର ଦିନ ଛାତ୍ର ସଂସଦ ପକ୍ଷରୁ ମାହାଙ୍ଗାର ନବନିର୍ବାଚିତ ବିଧାୟକ ଶାରଦା ପ୍ରଧାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱାଗତ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଆସନ୍ତା ଜୁନ୍ ୩୦ ତାରିଖରେ ବିଦ୍ୟାଳୟରେ ହୀରକ ଜୟନ୍ତୀ ପାଳନ ପାଇଁ ସ୍ଥିର କରାଯାଇଥିବାରୁ କାର୍ଯ୍ୟକ୍ରମକୁ ସରସ, ସୁନ୍ଦର ଓ ସମୃଦ୍ଧ କରିବା ନିମନ୍ତେ ଛାତ୍ର ସଂସଦ ପକ୍ଷରୁ ବିଧାୟକଙ୍କ ସହିତ ଏକ ଆଲୋଚନା କରାଯାଇଛି । ହୀରକ ଜୟନ୍ତୀ ପାଇଁ ପୁରାତନ ଛାତ୍ର ସଂସଦ କି କି କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରିଛି ସେ ସଂକ୍ରାନ୍ତରେ ବିଧାୟକ ପଚାରି ବୁଝିଲାପରେ କିଛି ନୂତନ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେବା ସହିତ ଏଥିରେ ତାଙ୍କର ସମସ୍ତ ସହଯୋଗ ରହିବ ବୋଲି ପ୍ରକାଶ କରିଛନ୍ତି । ବିଧାୟକଙ୍କ ବିଭିନ୍ନ ଚିନ୍ତାଧାରାରେ ଛାତ୍ର ସଂସଦ ଖୁବ୍ ଉତ୍ସାହିତ ହୋଇଛନ୍ତି । ଏହି ଆଲୋଚନାରେ ଛାତ୍ର ସଂସଦ ପକ୍ଷରୁ ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ କୁମାର ରାଉତ, ଅକ୍ଷୟ କୁମାର ଷଢଙ୍ଗୀ, ଦେବେନ୍ଦ୍ର ସାହୁ, ଶ୍ରୀଧର ଶେଖର ମହାପାତ୍ର, ରମାନାଥ ସାହୁ, ଅଶୋକ ବେହେରା, ବୈକୁଣ୍ଠନାଥ ସାହୁ, କିଶୋର ନାଥ, ଅଭିରାମ ପଣ୍ଡା, ତ୍ରିଲୋଚନ ବେହେରା, ନାରାୟଣ ରାଉତ, ପ୍ରମୋଦ ଦାଶ ଓ ରମେଶ ଚନ୍ଦ୍ର ସାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.