ଲୁଚାଛପା ରେ ଲେଖାଯାଉଛି ଅଟକଳ ର ସୂଚନା ଫଳକ।

5

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)- ଖଲ୍ଲିକୋଟ ଛୋଟିଆ ସହର ହେଲେ ମଧ୍ୟ ସହର ରେ ଚାଲିଛି ଉନ୍ନତି କରଣ କାମ ।ସ୍ଥାନ ଦେଖି କାର୍ଯ୍ୟ ଚାଲିଛି, ଖଲିଦେଖି ପରସା ଯାଉଛି, ଲୋକ ଦେଖି କାମ କାମ ଦେବାର ପରିଲକ୍ଷିତ ହେଉଛି। ଏ ସଂକ୍ରାନ୍ତରେ କହିବାକୁ ଗଲେ ଯେଉଁ ସ୍ଥାନମାନଙ୍କରେ ମନ୍ଦିର ନବୀକରଣ, ମିଶନ ଶକ୍ତି ଗୃହ ନିର୍ମାଣ, ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗ୍ରୃପ ଵାଲା ହୁଅନ୍ତୁ କିମ୍ବା କଣ୍ଟ୍ରାକଟର୍ , ଅଫିସିଆଲ୍ ମାଧ୍ୟମରେ
କାର୍ଯ୍ୟ ହାତକୁ ନେଇଛନ୍ତି। ସରକାର ଙ୍କ ନିର୍ଦ୍ଦେଶିତ ଅନୁସାରେ ପ୍ରସ୍ତାବିତ କାର୍ଯ୍ୟକ୍ରମ ତଥା ଅଟକଳ ର ସୂଚନା ଫଳକ ଜନସାଧାରଣ ଙ୍କ ଦୃଷ୍ଟି ଗୋଚର ହେଲା ଭଳି ଲେଖିବା ପ୍ରଣାଳୀ ହେବା ଉଚିତ। ମାତ୍ର ଖଲ୍ଲିକୋଟ ର “ମୁଖ୍ୟ ମନ୍ତ୍ରୀ ସ୍ବତନ୍ତ୍ର ଯୋଜନା” ଓ୍ୱାଡ ନଂ -୧,ଅମରେଶ୍ଵର ମନ୍ଦିର ନବୀକରଣ ଆର୍ଥିକ ବର୍ଷ ୨୦୨୩-୨୪, ପ୍ରକଳ୍ପ ଅଟକଳ ମୂଲ୍ୟ ଟ ୪୦୦୦୦୦/-(ଚାରି ଲକ୍ଷ) । କିନ୍ତୁ ବୋର୍ଡ ଉପରେ ଲେଖାଯାଇଛି ଭୁଲ ।
କାର୍ଯ୍ୟ ନିର୍ବାହୀ ସଂସ୍ଥା – ପଞ୍ଚାୟତ ସମିତି, ଖଲ୍ଲିକୋଟ, ଜିଲ୍ଲା ପରିଷଦ, ଗଞ୍ଜାମ, ଛତ୍ରପୁର, । ଖଲ୍ଲିକୋଟ ର” ହାର୍ଟ ଅଫ୍ ଟାଉନ୍” ବିଜ୍ଞାପିତ ଅଞ୍ଚଳ ପରିଷଦ, ଆନୁକୁଲ୍ୟରେ ଖଲ୍ଲିକୋଟ ର ସ୍ଥାନୀୟ ଜଗନ୍ନାଥ ମନ୍ଦିର ଓ ନୃସିଂହ ମନ୍ଦିର ର ଖୋଲା ଜାଗାରେ ଉନ୍ନତି କରଣ କାମ ହୋଇ ଥିବା ବେଳେ ଏସବୁ ର ସୂଚନା ଫଳକ ଜନସାଧାରଣ ଙ୍କ ଅଗୋଚର ରେ ଥିବା ଜଣାପଡ଼ିଛି। ଯେଉଁ ମାନେ ଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ସେମାନେ ସରକାରଙ୍କ ଯୋଜନା କିମ୍ବା ଅନୁଦାନ ଅର୍ଥ ମଞ୍ଜୁର ର ପରିମାଣ କୁ ଲୁକ୍କାୟିତ ରଖିବାରେ ପ୍ରୟାସ କରିଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି | ଆଉ ସବୁ ସବୁ ସୂଚନା ଫଳକ TPSODL ର ଟ୍ରାସ୍ଫରଵସିଥିଵା କମ୍ପାଉଣ୍ଡ କାନ୍ଥ ରେ ଲୁଚାଇ କରି ଲେଖାଯାଇଅଛି। ଯେପରି କି ଜନସାଧାରଣ ମାନଙ୍କ ନଜର କୁ ଆସି ପାରିବ ନାହିଁ। ଏପରି ଖଲ୍ଲିକୋଟ ରେ ଵହୃସ୍ଥାନରେ ଦୃଶ୍ୟ ସାମ୍ନା କୁ ଆସିଛି, ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ପର୍ଦ୍ଦାଫାଶ ହେବ। ଯାହା ଫଳରେ କି ଜନସାଧାରଣ ଜାଣି ପାରିବେ।

Leave A Reply

Your email address will not be published.