ରାୟଗଡ଼ା:ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପରିଚାଳନା କର୍ତୃପକ୍ଷ ଏବଂ ଜିଲ୍ଲାପାଳ ରାୟଗଡ଼ାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ଜିଲ୍ଲାପରିଷଦ ସଦଭାବନା ସଭାଗୃହ ଠାରେ ଆଜି ପୂର୍ବାହ୍ନରେ ଏକ ଟେବୁଲ୍ ଟପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରକ୍ତ ଜିଲ୍ଲାପାଳ ତ୍ରୀନାଥ ମlଝିଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଆସିଥିବା ରାଜ୍ୟ ପର୍ଯ୍ୟବେକ୍ଷକ ଗୋପୀନାଥ ସlରକା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଜ୍ୟୋତିର୍ମୟ ପାତ୍ର,ବିଡ଼ିଓ ଅମୁଲ୍ୟ ସାହୁ,ତହସିଲଦାର ରାୟଗଡ, ଜରୁରୀକାଳୀନ ଅଧିକାରୀ ଲଳିତ ମଣ୍ଡଳ ପ୍ରମୁଖ ଯୋଗ ଦେଇ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା, ଗ୍ରାମ୍ୟ ସ୍ତରରେ ତଥା ବିଭିନ୍ନ ବିଭାଗକୁ ବିତରଣ ପ୍ରକ୍ରିୟା ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ମୁଖ୍ୟ ସିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ,ପୂର୍ତ୍ତ, ଗ୍ରାମୀୟ ଜଳ ଯୋଗାଣ ସଂସ୍ଥା, ଜନସ୍ୱାସ୍ଥ୍ୟ ବିଭାଗ,ଟାଟା ପାୱାର, ଓଡ୍ରାଫ,ଅଗ୍ନିଶମ ସେବା,ଯୋଗାଣ ବିଭାଗ,ଜିଲ୍ଲା ସମାଜ କଲ୍ୟାଣୀ ବିଭାଗ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଯୋଗ ଦେଇ ସମ୍ଭାବ୍ୟ ବିପର୍ଯ୍ୟୟ ର ମୁକାବିଲା ନିମନ୍ତେ ନିଜ ନିଜର ଭୂମିକା ବିଷୟରେ ଉପସ୍ଥାପନ କରିଥିଲେ । ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ସlରକା ଗ୍ରାମ୍ୟ ସ୍ତରରେ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତିର ମନ୍ତ୍ର ପ୍ରଦାନ କରିଥିଲେ । ବିପର୍ଯ୍ୟୟ ଯୋଜନାରେ ଗ୍ରାମ ପଞ୍ଚାୟତର ଭୂମିକା ବିଷୟରେ ଉପସ୍ଥାପନ କରିଥିଲେ । ବିପର୍ଯ୍ୟୟ ସମୟରେ ବିଭିନ୍ନ ବିଭାଗର ଭୂମିକା ଓ ଗ୍ରାମ୍ୟ ସ୍ତରୀୟ ଅଣୁ ଯୋଜନା ବିଷୟରେ ଆଲୋଚନା କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post