ବରଗଡ଼ରେ ସାଧାରଣ ଲୋକଙ୍କ ସହିତ ମିଶିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ

6
  • ଅଭିଯୋଗ ପତ୍ର ଗ୍ରହଣ କଲେ, ଆଶ୍ଵାସନା ଦେଲେ,

  • ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ମାନଙ୍କ ସହିତ ସାକ୍ଷାତ ଆଲୋଚନା କଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବରଗଡ଼ରେ ପି ଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ବରଗଡ଼ ସର୍କିଟ ହାଉସ ରେ ସାଧାରଣ ଲୋକଙ୍କ ସହିତ ମିଶି ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଚନ୍ତି। ଲୋକଙ୍କୁ ଆଶ୍ଵାସନା ଦେଇଛନ୍ତି।

ବିଭିନ୍ନ ସ୍ଥାନୀୟ କୃଷକ ସଂଗଠନ, ସାମାଜିକ ସଂଗଠନର ପ୍ରତିନିଧି ମାନଙ୍କ ସହିତ ମିଶି ସେମାନଙ୍କ ସମସ୍ୟା ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେଇ ବହୁ ଅନୁଷ୍ଠାନ ସମ୍ବର୍ଦ୍ଧିତ କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ସମୟରେ ଜିଲ୍ଲାରେ ଲୋକଙ୍କ ଭିତରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଥିଲା। କୃଷକ ମାନଙ୍କ କାର୍ଯ୍ୟକ୍ରମକୁ ଯିବା ବେଳେ ଯେଉଁ ଭଳି ଭାବେ ବିଶାଳ ଜନ ସମୁଦ୍ର ତାଙ୍କୁ ସ୍ବାଗତ କରିଥିଲେ, ସେଥିରୁ ଜଣାଯାଉଛି ଯେ ମୁଖ୍ୟମନ୍ତ୍ରୀ ଲୋକଙ୍କ ହୃଦୟ ଜିତିଛନ୍ତି। ଆଜି ସଭାରେ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ସରକାର ଲୋକଙ୍କୁ ଭେଟିବେ, ଲୋକଙ୍କ ମତାମତକୁ ନେଇ କାର୍ଯ୍ୟକ୍ରମ ଗ୍ରହଣ କରିବେ।

Leave A Reply

Your email address will not be published.