ନବନିଯୁକ୍ତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଭାଗୀୟ ଅଧିକାରୀ
ଭୁବନେଶ୍ୱର: ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପାରୋଶନ ସାହୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତିା କମିଶନର ଶ୍ରୀମତୀ ସାହୁ ମାନ୍ୟବର ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ସହ ପରିଚୟ କରାଇଥିଲୋ ସେ ବିଭାଗର ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କୁ ସଂକ୍ଷିପ୍ତରେ ଅବଗତ କରାଇଥିଲୋ
ଏହି ଅବସରରେ ସମସ୍ତେ ମିଳିମିଶି ବିଭାଗର କାର୍ଯ୍ୟ ସକାରାତ୍ମକ ଭାବରେ ସଂପାଦନ କରିବା ସହ ଜନଜାତି, ଅନୁସୂଚିତ ଜାତି ତଥା ପଛୁଆବର୍ଗଙ୍କ ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ଏକ ଦୂରଦର୍ଶୀ ଯୋଜନା ରୂପରେଖ ଦସ୍ତାବିଜ (ରୋଡମ୍ୟାପ ଏବଂ ଭିଜନ ଡକୁମେଣ୍ଟ) ପ୍ରସ୍ତୁତ କରିବାକୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଛନ୍ତିା
ସାକ୍ଷାତକାର ସମୟରେ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ, ଓଡିଶା ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଉନ୍ନୟନ ଆର୍ଥିକ ସମବାୟ ନିଗମ (ଓଏସଏଫଡିସି)ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ, ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି)ର ଅଧ୍ୟକ୍ଷ ଶ୍ରୀ ସୀତାଂଶୁ ରାଉତ, ଅନୁସୂଚିତ ଜାତି କଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମଣ କୁମାର ମଲ୍ଲିକ, ଓବିସି ନିଦ୍ଦେର୍ଶକ ଶ୍ରୀମତୀ ଯୁଗଳେଶ୍ୱରୀ ଦାସ, ବିତ୍ତ ପରାମର୍ଶଦାତା ଶ୍ରୀ ଅକ୍ଷୟ କୁମାର ପାଟ୍ଟଯୋଷୀ, ଓପିଇଏଲଆଇପିର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାରାୟଣ ଚନ୍ଦ୍ର ଧଳ, ଓଏସଏଫଡିସିର ଜେନେରାଲ ମ୍ୟାନେଜର ଶ୍ରୀମତୀ ଇତିଶ୍ରୀ ଦାସ ତଥା ବିଭାଗୀୟ ପଦାଧୀକାରୀଗଣ ଉପସ୍ଥିତ ଥିଲୋ