ସବୁ ମୁକୁଳା ଡ୍ରେନ ଗୁଡ଼ିକୁ ତୁରନ୍ତ ବନ୍ଦ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କନିର୍ଦ୍ଦେଶ

6
  • ଭୁବନେଶ୍ବରରେ ମୁକୁଳା ଡ୍ରେନ୍‌ରେ ପଡି ବାଳକର ମୃତ୍ୟୁ ଘଟଣା

  • ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ ଓ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ବର: ଆଜି ଭୁବନେଶ୍ବରର ୟୁନିଟ୍‌-୩ ଅଞ୍ଚଳର ମସ୍‌ଜିଦ କଲୋନୀରେ ମୁକୁଳା ଡ୍ରେନ୍‌ରେ ପଡି ଆବୁ ବକର ସାହା ନାମକ ଏକ ବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି |

ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବାଳକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ୤ ଏହା State Disaster Response Fundରୁ ପ୍ରଦାନ କରାଯିବ।
 ମୁକୁଳା ଡ୍ରେନ ରେ ପଡ଼ି ଅନେକ ଜୀବନ ନଷ୍ଟ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଭୁବନେଶ୍ଵରର ସବୁ ମୁକୁଳା ଡ୍ରେନ ଗୁଡ଼ିକୁ ତୁରନ୍ତ ବନ୍ଦ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁକୁଳା ଡ୍ରେନ ସମସ୍ୟା ର ତୁରନ୍ତ ସମାଧାନ ପାଇଁ ସେ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.