ପଦ୍ମପୁର:- ବରଗଡ ଜିଲ୍ଲା ବିଜେପୁର ଏନ.ଏ.ସି ଅନ୍ତର୍ଗତ ଏମ ଗଣ୍ଡପାଲି ମୁଖ୍ୟ ରାସ୍ତାରେ ଉକ୍ତ ଗ୍ରାମର ଦୂରବିନ ସାହୁ ନିଜ ବିଲରୁ କାମ ସାରି ସୋମବାର ସନ୍ଧ୍ୟା ୭ଟା ପାଖାପାଖି ବେଳେ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଦୂରବିନଙ୍କ ମୃତ୍ୟୁ ଘଟିଛି । ସେପଟେ ଘଟଣାର ଖବର ପାଇ ନବନିର୍ବାଚିତ ବିଧାୟକ ସନତ ଗଡତିଆ ମେଡିକାଲକୁ ପହଞ୍ଚିଥିଲେ ଏବଂ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରି ସେମାନଙ୍କୁ ଧୈର୍ଯ୍ୟ ରଖିବା ପାଇଁ ସାହସ ଦେଇଥିଲେ । ଅନ୍ୟପଟେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ବିଜେପୁର ବରଗଡ ମୁଖ୍ୟ ରାସ୍ତାକୁ କ୍ଷତିପୂରଣ ଦାବିରେ ଅବରୋଧ କରିଥିଲେ । ତେବେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ନିରୀହ ଲୋକର ଜୀବନ ଚାଲିଯାଇଥିବା ବେଳେ ଜନସାଧାରଣ ଙ୍କ ଆକ୍ରୋଶ ଦେଖିବାକୁ ମିଳିଛି ।ସକାଳ ୯ଟା ସୁଦ୍ଧା ମୁଖ୍ୟ ରାସ୍ତା ବନ୍ଦ ରହିଛି।
Sign in
Sign in
Recover your password.
A password will be e-mailed to you.