ଭୁବନେଶ୍ୱର: ଆଜି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମିଶନ ଶକ୍ତି ବିଭାଗ ଅଧୀନରେ ପ୍ରଚଳିତ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ବିସ୍ତୃତ ସମୀକ୍ଷା କରିଥିଲୋ ଏହି ବୈଠକରେ ଶ୍ରୀମତୀ ପରିଡା ବିକଶିତ ଓଡିଶା ସ୍ୱପ୍ନ ପୂରଣ ହେବାରେ ମିଶନ ଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ମିଶନ ଶକ୍ତି ଦ୍ୱାରା ସାରା ରାଜ୍ୟରେ ମହିଳା ସଶକ୍ତିକରଣରେ ହୋଇଥିବା ଅଗ୍ରଗତି ସମ୍ବନ୍ଧରେ ଆଲୋକପାତ କରିଥିଲୋ
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମହିଳାଙ୍କ ସଶକ୍ତିକରଣ, ଜୀବିକା ବୃଦ୍ଧି ତଥା ଉଦ୍ୟୋଗିତାକୁ ବିଭାଗ ଅଧିନସ୍ଥ ଯୋଜନା ଏବଂ କାର୍ଯ୍ୟକ୍ରମ ଦ୍ୱାରା ପ୍ରୋତ୍ସାହିତ କରିବାର ଗୁରୁତ୍ୱକୁ ଦର୍ଶାଇଥିଲୋ ପ୍ରମୁଖ ପଦକ୍ଷେପଗୁଡିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଆଖିଦୃଶିଆ ଫଳାଫଳ ହାସଲ କରିବା ଲକ୍ଷ୍ୟରେ ୧୦୦ ଦିନିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତିାଏହି ବୈଠକରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଦକ୍ଷତା ବିକାଶ ଏବଂ ବଜାର ଲିଙ୍କେଜ୍ ପଦକ୍ଷେପ ସମେତ ମିଶନ ଶକ୍ତି ଅଧୀନରେ ଥିବା ଯୋଜନାଗୁଡିକର ଅଗ୍ରଗତି ଏବଂ ପ୍ରଭାବକୁ ଆକଳନ କରିବା ବ୍ୟତୀତ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ପ୍ରସାର ଏବଂ କାର୍ଯ୍ୟକାରିତାକୁ ବୃଦ୍ଧି କରିବା ପାଇଁ ରଣନୀତି ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଇଥିଲୋ ବିଭାଗ ଦ୍ୱାରା କାର୍ଯ୍ୟକାରୀ ପଦକ୍ଷେପଗୁଡିକ ଦ୍ୱାରା କିପରି ଅଧିକରୁ ଅଧିକ ମହିଳା ଉପକୃତ ହେବେ ଏବଂ ତୃଣମୂଳ ସ୍ତରରେ ଏହି କାର୍ଯ୍ୟକ୍ରମ ଗୁଡିକର ପ୍ରଭାବ, ସ୍ଥିରତା ସୁନିଶ୍ଚିତ କରିବା ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମର ସହଭାଗିତା ଏବଂ ଯୋଗଦାନକୁ ମଜବୁତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲାା
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା, ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇବା ସହ ମିଶନ ଶକ୍ତିକୁ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚାଇବା ତଥା ବିକଶିତ ଓଡ଼ିଶାର ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ଅଧିକାରୀଙ୍କ ମିଳିତ ଉଦ୍ୟମ ପାଇଁ ଆହ୍ୱାନ କରିଥିଲୋଏହି ବୈଠକରେ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ (ଭା.ପ୍ର.ସେ), ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ସିଇଓ, ଓଡିଶା ଜୀବିକା ମିଶନ (ଓଏଲଏମ୍), ଶ୍ରୀ ଭିନୀତ ଭରଦ୍ବାଜ (ଭା.ପ୍ର.ସେ), ବରିଷ୍ଠ ସରକାରୀ ଅଧିକାରୀ ତଥା ବିଭାଗର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.