କେନ୍ଦୁପାଟଣା ଠାରେ ମାଆମାନଙ୍କ ଦ୍ବାରା ନିଆରା ଢଙ୍ଗରେ ପଞ୍ଚାୟତ ସ୍ତରୀୟ ରଜ ମହୋତ୍ସବ ପାଳିତ l

0

 (ନିଶ୍ଚିନ୍ତକୋଇଲି- ଶାସକ ପ୍ରଶାସକ) : ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ପଞ୍ଚାୟତ ସ୍ତରୀୟ ରଜ ମହୋତ୍ସବ ରାମମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ରଜ ମହୋତ୍ସବ କମିଟିର ସଭାପତି ମୋନିକା ଚାନ୍ଦ ଓ ସମ୍ପାଦକ କନକଲତା ଭୂୟାଁଙ୍କ ସଂଯୋଜନାରେ ବିଭିନ୍ନ ପ୍ରକାର ରଜ ଦୋଳି ଲଗାଯିବା ସହିତ ପ୍ରତ୍ୟେକ ଦିନ ଦୋଳି ଖେଳିବା ପାଇଁ ଝିଅ ବୋହୂମାନେ ଭିଡ଼ ଜମେଇଥିଲେ । ଏହାଛଡ଼ା ଏହି ମହୋତ୍ସବରେ ମ୍ୟୁଜିକ ଚେୟାର, ନୃତ୍ୟ, ସଂଗୀତ, ହୁଳହୁଳି, ଏକକ ଅଭିନୟ ପ୍ରଭୃତି ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି । ପ୍ରତ୍ୟେକ ଦିନ ଉପସ୍ଥିତ ଲୋକମାନଙ୍କୁ ବିଭିନ୍ନ ପ୍ରକାର ପିଠା ଓ ରଜପାନ ବଣ୍ଟନ କରାଯାଇଥିଲା । ଏହି ରଜ ମହୋତ୍ସବକୁ ମଞ୍ଜୁଲତା ବିଶୋଇ, ମୀନତି ନାୟକ, ଭାରତୀ ବେହେରା, ନଳିନୀ ବେହେରା, ସୁମିତ୍ରା ରାଉତ, ଅଞ୍ଜଳୀ ସାହୁ, ସର୍ଣ୍ଣପ୍ରଭା ଗାହାଣ, କବିତା ବାରିକ, ଗୀତାଞ୍ଜଳୀ ବାରିକ, ସରସ୍ୱତୀ ବିଶୋଇ, ପଙ୍କଜିନୀ ରାଉତ, ସଂଯୁକ୍ତା ଗାହାଣ, ଲତାରାଣୀ ବେହେରା, କଳ୍ପନା ପୃଷ୍ଟି, ଅନ୍ନପୂର୍ଣ୍ଣା ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦୁପାଟଣା ପଞ୍ଚାୟତର ସମସ୍ତ ଜନସାଧାରଣ ଯୋଗଦାନ କରି ଆନନ୍ଦ ଉଲ୍ଲାସର ସହିତ ରଜ ଉତ୍ସବ ପାଳନ କରିଥିଲେ l

Leave A Reply

Your email address will not be published.