ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ବିଭାଗର ପ୍ରମୁଖ ଶାସନ ସଚିବ

0

ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଆଜି ଭୁବନେଶ୍ବରରେ ନବନିଯୁକ୍ତ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ।     
ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ପୁଷ୍ପଗୁଚ୍ଛ ଦେଇ ବିଭାଗୀୟ ମନ୍ତ୍ରୀଙ୍କୁ ସ୍ବାଗତ କରିବା ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଗ୍ରାମ୍ୟ ଉନ୍ନୟନ ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ଧାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ରଣନୀତିକ ପଦକ୍ଷେପ ଉପରେ ମନ୍ତ୍ରୀଙ୍କୁ ସମ୍ୟକ ସୂଚନା ଦେଇଥିଲେ । ଏଥି ସହିତ ଚାଲିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା, ଗ୍ରାମୀଣ ଭିତ୍ତିଭୂମି ବୃଦ୍ଧି ଉଦ୍ଦେଶ୍ୟରେ ନୂତନ ନୀତିଗତ ପଦକ୍ଷେପ ଏବଂ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ରେ ଅଂଶୀଦାରଙ୍କ ସହଭାଗିତାକୁ ବିଭାଗ ଗୁରୁତ୍ୱ ଦେଉଛି ବୋଲି କହିଥିଲେ ।
ନବ ନିଯୁକ୍ତ ମନ୍ତ୍ରୀ ଶ୍ରୀ ନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ସହ ପଞ୍ଚାୟତିରାଜ, ପାନୀୟଜଳ ବିଭାଗର ଦାୟିତ୍ବରେ ମଧ୍ୟ ରହିଛନ୍ତି ।

Leave A Reply

Your email address will not be published.